ଅଲିଭ ରିଡଲେଙ୍କ ପାଇଁ ସଚେତନତା ଶିବିର

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ନେଇ ସଚେତନତା ଶିବିର । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ବ୍ରାହ୍ମଣଦେଓ ଉଚ୍ଚ ବିଦ୍ୟାଳୟ ଠାରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଲିଭ ରିଡଲେ କଇଁଛଙ୍କୁ ମାରିବା ନାହିଁ ବରଂ ସେମାନଙ୍କର ସୁରକ୍ଷା କରିବା । ଏଥିରେ ଏଭଳି ବାତ୍ତା ଦିଆଯାଇଛି ।ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ସମୁଦ୍ର କୂଳ ଠାରୁ ୧୦ କିଲୋମିଟର ଭିତରେ ମାଛ ମାରି ପାରିବେ ନାହିଁ ମତ୍ସ୍ୟଜୀବୀ । ଅଲିଭ ରିଡଲେଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରିଛି ବନ ବିଭାଗ । ଏସବୁ ବିଷୟରେ ରମ୍ଭା ବନ୍ୟପ୍ରାଣୀ ବନାଂଚଳ ତରଫରୁ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିରର ଆୟୋଜନ କରାଯାଇଥିଲା । ସମୁଦ୍ର କୂଳକୁ ଆସୁଥିବା ଅଲିଭ ରିଡଲେଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ, ଏନେଇ ଛାତ୍ରଛାତ୍ରୀଙ୍କୁ ବନାଂଚଳ ଅଧିକାରୀ ନରସିଂହ ବେହେରା ବୁଝାଇଥିଲେ । ସଚେତନତା ଶିବିରରେ ଛାତ୍ରଛାତ୍ରୀଙ୍କସହ ବନକର୍ମଚାରୀ ଓ ଗାଁ ଲୋକମାନେ ସାମିଲ ହୋଇଥିଲେ

Spread the love