ସିଏଏ ଓ ଏନଆରସିକୁ ସମର୍ଥନ କଲେ ବାଗଂଲାଦେଶ ପ୍ରଧାନମନ୍ତ୍ରୀ

ସିଏଏ ଓ ଏନଆରସିକୁ ସମର୍ଥନ ଜାଣାଇଲେ ବାଗଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ।  ଏନେଇ ସେ କହିଛନ୍ତି  ସିଏଏ ଓ ଏନଆରସି ଭାରତର ବ୍ୟକ୍ତିଗତ  ଓ ଆଭ୍ୟନ୍ତରୀଣ ମାମଲା ।

ନୂଆଦିଲ୍ଲୀରେ ହୋଇଥିବା ରାୟସୀନା ଡାଏଲଗରେ ବାଗଂଲାଦେଶ ଯୋଗ ନଥିଲା ।  ଏନେଇ ଚର୍ଚ୍ଚା ଜୋର ଧରିଥିଲା ଯେ, ସିଏଏ ଓ ଏନଆରସି ପାଇଁ ବାଗଂଲାଦେଶ ଭାରତ ଠାରୁ ଦୂରତା ବଢାଇବାକୁ ଚେଷ୍ଟା କରୁଛି ।  କିନ୍ତୁ ବର୍ତ୍ତମାନ  ରବିବାର ଦିନ ପିଏମ ଶେଖ ହସିନା ସିଏଏ ଓ ଏନଆରସି ଉପରେ ଏହି ମତ ଦେଇ ସବୁ ଚର୍ଚ୍ଚାର ଅବସାନ ଘଟାଇଛନ୍ତି ।

ଶେଖ ହସିନା ଗଲ୍ଫ ନ୍ୟୁଜ୍‌କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ସିଏଏ ଓ ଏନଆରସି ଭାରତର ଆଭ୍ୟନ୍ତରୀଣ ମାମଲା । ସେ ଆହୁରି ମଧ୍ୟ କହିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ବାରମ୍ବାର କହିଛନ୍ତି ଏନଆରସି  ଭାରତର ଏକ ଆଭ୍ୟନ୍ତର ଅଭ୍ୟାସ  । ଏଥିସହିତ  2019 ଅକ୍ଟୋବର ଭାରତ ଗସ୍ତରେ ପିଏମ ମୋଦି ବ୍ୟକ୍ତିଗତ ଭାବେ ଏନଆରସି ଓ ସିଏଏକୁ ନେଇ ମୋ ସହ ଆଲୋଚନା କରିଥିଲେ ବୋଲି ଶେଖ୍‌ ହସିନା କହିଛନ୍ତି ।

Spread the love