ଶୁନ୍ୟ ମୃତ୍ୟୁ ସପ୍ତାହରେ ରାଜ୍ୟରେ ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ

ଭୁବନେଶ୍ୱର: ଶୁନ୍ୟ ମୃତ୍ୟୁ ସପ୍ତାହରେ ରାଜ୍ୟରେ ଦୁର୍ଘଟଣାଜନିତ ବଢୁଥିବା ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।
ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ କୁମାର ନନ୍ଦ କହିଛନ୍ତି, ଯେଉଁ ଏସଓପି ପ୍ରସ୍ତୁତ ହୋଇଛି ତାକୁ କେହି ମାନୁ ନାହାନ୍ତି। ପୁଲିସ ବିଭାଗ, ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗଙ୍କୁ ନେଇ ଏହି ଏସଓପି ପ୍ରସ୍ତୁତ ହୋଇଛି। ସେଥିରେ କୁହାଯାଇଛି ଯଦି ଜାତୀୟ ରାଜପଥରେ ଗାଡ଼ି ଖରାପ ହୁଏ, ତାକୁ କେମିତି ହଟାଯିବ। ହାଇୱେ ପେଟ୍ରୋଲିଙ୍ଗ ସେଥିପାଇଁ ବ୍ୟବସ୍ଥା କରାଗଲା। ପୁଲିସ ବିଭାଗକୁ ସେଥିପାଇଁ ୧୦ କୋଟି ଟଙ୍କା ଦିଆଗଲା। ପେଟ୍ରୋଲିଂ କଡାକଡି ହେଲେ ରାସ୍ତାକଡ଼ରେ ଖରାପ ଗାଡ଼ି ରୁହନ୍ତା ନାହିଁ। ଏହାସହ ୫୦ ଲକ୍ଷ ଟଙ୍କା ସଡ଼କ ସୁରକ୍ଷାରୁ ମଧ୍ୟ ଦିଆଯାଇଛି। କିନ୍ତୁ ସେ ଫଣ୍ଡକୁ ଖର୍ଚ୍ଚ କରାଯାଉନି। ଟ୍ରକ ଟର୍ମିନାଲ ମଧ୍ୟ ନାହିଁ। ତେଣୁ ଦୁର୍ଘଟଣା ବଢୁଛି।
ସେ ଆହୁରି କହିଛନ୍ତି, ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ରହୁଛି। ଏଥିରେ ଦାୟିତ୍ୱରେ ଅବହେଳା କରୁଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏହାସହ ରାଜ୍ୟରେ ସ୍କିଲ ଡ୍ରାଇଭର ମଧ୍ୟ ତିଆରି କରାଯାଇପାରୁ ନାହିଁ। ଶୁନ୍ୟ ମୃତ୍ୟୁ ସପ୍ତାହ ଶୁନ୍ୟ ଫାଇନ ସପ୍ତାହ ହେବା ଉଚିତ। ଲୋକଙ୍କୁ ସଚେତନ ପାଇଁ ସାରା ବର୍ଷ କରିବା ଉଚିତ। ଲୋକଙ୍କୁ ଗୋଲଡେନ ଆୱାର ଭିତରେ ସିଫ୍ଟ କରାଯାଇ ପାରୁ ନାହିଁ, ଯାହା ଫଳରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢୁଛି। ରାଜ୍ୟରେ ଜାତୀୟ ହାରଠାରୁ ମଧ୍ୟ ଅଧିକ ଦୁର୍ଘଟଣା ଘଟୁଛି।

Spread the love