ଅପେରା ପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ, ୪ ଆହତ

ବାଂଶପାଳ : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାଯାଇଛି । ସେମାନେ ହେଲେ ଝୁଣ୍ଟୁ ମୁଦୁଲି, ପଶ୍ଚିମବଙ୍ଗ,ଦୁର୍ଜନ ମାଝି, ପୁରି,କାହ୍ନା ପାତ୍ର ବାଲେଶ୍ବର, ବାଦଲ ମାଝି ବାଲେଶ୍ବର। ତାରିଣୀ ଗଣନାଟ୍ୟ ତେଲକୋଇ ଥାନା ଅନ୍ତର୍ଗତ ଦୁଲ୍ଲଭପୁର ଗାଁକୁ ଯାତ୍ରା ପରିବେଷଣ ପାଇଁ ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକଟି କାଞ୍ଜିପାଣି ଥାନା ଅନ୍ତର୍ଗତ କୁସୁମ ଘାଟିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ସୁରକ୍ଷା ବାଡ ଉପରକୁ ଚଢି ଯାଇଥିଲା । ଫଳରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

Spread the love