ଗରମ ଚା’ ପିଇଲେ ନିଦ ଭାଙ୍ଗେ କିନ୍ତୁ କୋଲ୍ଡ ଟି’ ପିଇଲେ ଏପରି ହୁଏନି, ଜାଣନ୍ତୁ ଏହା ପଛର କାରଣ
ଆମ ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ଚା’ ପିଇବାର ଅଭ୍ୟାସ ରହିଛି । ଯେପରି ସେହି ଲୋକମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ଦିନ ସାରା ଅନେକ ଥର ଚା’ ପିଇଥାନ୍ତି । ପ୍ରାୟତଃ ସମସ୍ତେ ଘରେ ଅତିଥିଙ୍କୁ ଚା’ ଦେଇ ସ୍ୱାଗତ ଜଣାଇଥାନ୍ତି । ଏହା ସହ ଅଫିସ୍ରେ ଥକ୍କା ଓ ନିଦରୁ ଦୂର କରିବା ପାଇଁ ଚା’ ର ସାହାଯ୍ୟ ନେଇଥାନ୍ତି । ହେଲେ କ’ଣ ଆପଣ ଜାଣିଛନ୍ତି ଯେ ଗରମ ଚା’ ପିଇବା ଦ୍ୱାରା ନିଦ ଆସିନଥାଏ କିନ୍ତୁ ଥଣ୍ଡା ଚା’ ପିଇବା ଦ୍ୱାରା ନିଦ ଆସିଥାଏ । ତାହେଲେ ଆସନ୍ତୁ ଜାଣିବା ଏହାର କାରଣ କ’ଣ ରହିଛି ।
ଜାଣନ୍ତୁ ଗରମ ଚା’ ପିଇବା ଦ୍ୱାରା କ’ଣ ପାଇଁ ନିଦ ଆସିନଥାଏ ?
ଚା’ରେ ପ୍ରଚୁର ପରିମାଣରେ କଫିନ୍ ମିଳିଥାଏ, ଯାହା ଏକ ବିଶେଷ ପ୍ରକାରର ଷ୍ଟେମୁଲେଟ୍ ହୋଇଥାଏ । ଏଥିପାଇଁ ଚା’ ପିଇବା ଦ୍ୱାରା ନିଦ ଓ ଥକାପଣ ଦୂର ହୋଇଥାଏ । ତେବେ ଲୋକମାନେ ଏହାକୁ ପିଇବା ପରେ ସତେଜ ଅନୁଭବ କରନ୍ତି । କିନ୍ତୁ ଗରମ ଚା’ ଭୁଲ ସମୟରେ ଓ ଭୁଲ ଉପାୟରେ ଅତ୍ୟଧକ ପିଇବା ଦ୍ୱାରା ସ୍ଲିପିଂ ସାଇକ୍ଲିଗିଂରେ ଅନେକ ପ୍ରକାରର ଅସୁବିଧା ହୋଇଥାଏ । ଏହା ସହ ଏଥିରେ ଥିବା ଅଧିକ ପରିମାଣର କାଫିନ୍ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇପାରେ ।
କୋଲ୍ଡ ଟି’ କ’ଣ ହୋଇଥାଏ :
ଆଇସ୍ ଟି’ କୁ କୋଲ୍ଡ ଟି’ କୁହାଯାଏ । ତେବେ ଗରମ ଚା ’ପରି, ଏହା ଆପଣଙ୍କୁ ଥଣ୍ଡା ରଖିବା ପାଇଁ ସାହାଯ୍ୟ କରେ । ଏହା ସହ କୋଲ୍ଡ ଟି ଅନେକ ପ୍ରକାରର ଶାରୀରିକ ଉପକାରିତା ମଧ୍ୟ ଯୋଗାଇଥାଏ । କୋଲ୍ଡ ଟି’ ବରଫରୁ ତିଆରି ହୋଇଥାଏ । ହେଲେ ଏହାକୁ କେବଳ ବ୍ଲାକ୍ ଟି’ କିମ୍ବା ଗ୍ରୀନ୍ ଟି’ପାଇଁ ତିଆରି କରାଯାଏ । କିଛି ଲୋକ ହର୍ବାଲ ଟି’ ରେ ବରଫ ମିଶାଇ ଏହାକୁ କୋଲ୍ଡ ଟି’ ମଧ୍ୟ ପ୍ରସ୍ତୁତ କରନ୍ତି । କିନ୍ତୁ ଏହାର ସ୍ୱାଦ ବଢାଇବା ପାଇଁ ଏଥିରେ ଲେମ୍ବୁ, ଚେରି ଏବଂ କମଳା ଭଳି ଜିନିଷ ମିଶାଯାଏ । କୋଲ୍ଡ ଟି’ ରେ ମିଳୁଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।
କୋଲ୍ଡ ଟି’ ପିଇବା ଦ୍ୱାରା କ’ଣ ପାଇଁ ନିଦ ଭାଙ୍ଗି ନଥାଏ ?
କୋଲ୍ଡ ଟି’ ରେ ପୋଟାସିୟମ୍, ଡାଏଟାରୀ ଫାଇବର, ମାଙ୍ଗାନିଜ୍, କ୍ୟାଫେନ୍, ଫୋରାଇଡ, ଫ୍ଲାଭୋନାଏଡ୍ ଏବଂ ଅନେକ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ମିଳିଥାଏ । ଗ୍ରୀନ୍ ଟି’ କିମ୍ବା ହର୍ବାଲ ଟି’ ରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ଥିବା କଫିନ୍ ମାତ୍ରା ଅଳ୍ପ ଥାଏ, ତେଣୁ ଏହାକୁ ପିଇବା ଦ୍ୱାରା ନିଦ ଭାଙ୍ଗି ଯାଏ । ତେବେ ଏହାକୁ ପିଇବା ଦ୍ୱାରା ଓଜନ କମ୍ ହେବା ସହ ଶରୀର ମଧ୍ୟ ହାଇଡ୍ରେଟ୍ ରହିଥାଏ । ଏହା ସହ କ୍ୟାନ୍ସର ଭଳି ରୋଗ ହେବାର ଆଶଙ୍କା ମଧ୍ୟ କମ୍ ହୋଇଥାଏ । ଏହି ଟି’ ହାର୍ଟ ଡିଜିଜରୁ ମଧ୍ୟ ରକ୍ଷା କରିଥାଏ । ଏପରି ମଧ୍ୟ କରେ ଯେ ଶରୀରକୁ ଫ୍ରି ରେଡିକଲ୍ସରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିପାରେ ।