ସନାତନ ଧର୍ମର ଅଭିଶାପ ଓ ଜାତିବାଦ ରାଜନୀତି କଂଗ୍ରେସକୁ ବୁଡେଇଦେଲା । କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନଙ୍କ ପ୍ରତିକ୍ରିୟା

ଆଜି ୪ ରାଜ୍ୟରେ ଚାଲିଛି ବିଧାନସଭା ନିର୍ବାଚନର ଭୋଟ ଗଣତି । ୪ ରାଜ୍ୟରୁ ୨ ରାଜ୍ୟରେ ବିଜେପି ବାଜି ମାରିଥିବାବେଳେ କଂଗ୍ରେସ ପଛରେ ପଡିଛି । ଛତିଶଗଡରେ ବି କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି । କଂଗ୍ରେସର ଏଭଳି ଅଧୋଗତି ସ୍ଥିତିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନ୍ ।

ସେ କହିଛନ୍ତି ଯେ, ଏହା କଂଗ୍ରେସର ହାର ନୁହେଁ ବରଂ ଏହା ବାମପନ୍ଥୀର ପରାଜୟ । କିଛି ଦିନରୁ କଂଗ୍ରେସକୁ ଏପରି କିଛି ନେତା ପ୍ରବେଶ କରିଛନ୍ତି , ଯେଉଁମାନଙ୍କର ଦଳରେ ଭାରୀ ପ୍ରଭାବ ମଧ୍ୟ ରହିଛି । କଂଗ୍ରେସ ଦଳରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ ଚରୁଛନ୍ତି । ଖାଲି ସେତିକି ନୁହେଁ ସେମାନେ କଂଗ୍ରେସ ଦଳକୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ମାର୍ଗରୁ ହଟାଇ ବାମପନ୍ଥୀ ମାର୍ଗର ନେଇଯିବାକୁ ଚେଷ୍ଟା କରୁଛନ୍ତି । ଯେଉଁ କଂଗ୍ରେସ ପାର୍ଟି ମହାତ୍ମାଙ୍କ ମାର୍ଗଦର୍ଶନରେ ଏତେବାଟ ଆସିଛି ଆଜି ସେ ଦଳକୁ ବିଶ୍ୱର ଶ୍ରେଷ୍ଠ ଧର୍ମ ସନାତନ ଧର୍ମର ବିରୋଧୀ ଦଳ ଭାବେ ଜଣାଯାଉଛି, ଯାହା ଦଳ ପାଇଁ ଅତି ଦୁର୍ଭାଗ୍ୟପୂର୍ଣ୍ଣ । ସବୁ ଜାଣି ମଧ୍ୟ ଏଭଳି ନେତାଙ୍କୁ ଯଦି କଂଗ୍ରେସରୁ କଢା ନଯାଏ ତେବେ ଆଗକୁ ଦଳର ଅବସ୍ଥା ଏଆଇଏମଆଈଏମ ଭଳି ହୋଇଯିବ । କଂଗ୍ରେସର ମଙ୍ଗୁଆଳଙ୍କୁ ଏହା ଉପରେ ଗୁରୁତର ସହ ବିଚାର କରିବାର ସମୟ ଆସିଛି । ୪ରୁ ୩ଟି ରାଜ୍ୟରେ କଂଗ୍ରେସର ଖରାପ ପ୍ରଦର୍ଶନ ଉପରେ ପ୍ରଶ୍ନ ପଚରାଯିବାରୁ ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ, ଭାରତ ଭାବନାର ଦେଶ ଏବଂ ସନାତନ ଧର୍ମର ବିରୋଧ କଂଗ୍ରେସକୁ ବୁଡେଇଦେଲା । ଜାତିବାଦୀ ରାଜନୀତିକୁ ଏ ଦେଶ କେବେ ସ୍ୱୀକାର କରିନାହିଁ, ଯାହା କଂଗ୍ରେସ କରୁଛି । ତେବେ ଯେଉଁ ରାଜ୍ୟରେ କଂଗ୍ରେସ ପରାଜିତ ହୋଇଛି ସେ ରାଜ୍ୟରେ କଂଗ୍ରେସର ପ୍ରଭାରୀମାନଙ୍କୁ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ । ପ୍ରକୃତରେ ସନାତନ ଧର୍ମର ଅଭିଶାପ ହିଁ କଂଗ୍ରେସକୁ ବୁଡେଇଦେଲା ବୋଲି ସେ ବାରମ୍ବାର କହିଛନ୍ତି ।

Spread the love