ବାଂଲାଦେଶରୁ ବାଲେଶ୍ବର ଆସିଥିବା ରୁମା ମାରୀୟମ ଯୁବକଙ୍କ ନାମରେ କଲେ ଅଭିଯୋଗ

ବାଲେଶ୍ୱର: ପ୍ରେମିକକୁ ଖୋଜି ଖୋଜି ବାଂଲାଦେଶ ରୁ ବାଲେଶ୍ବର ଆସିଥିବା ରୁମା ମାରୀୟମ ଆଜି ସଂଧ୍ଯା ରେ କମର୍ଦ୍ଦା ଥାନାରେ ପହଞ୍ଚି ପ୍ରେମିକ ବୀରେନ୍ଦ୍ର ଭଞ୍ଜଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି କମର୍ଦ୍ଦା ଥାନା ପୋଲିସ 145/23 ମୂଳେ ମାମଲା ରଜୁ କରି ଘଟଣାର ତଦନ୍ତ କରୁଛି ।

ପ୍ରେମିକକୁ ଖୋଜି ଖୋଜି ବାଂଲାଦେଶରୁ ଓଡ଼ିଶା ପହଞ୍ଚିଲେ ବାଂଲାଦେଶୀ ଯୁବତୀ ରୁମା ମାରୀୟମ । ୬ ବର୍ଷ ପୂର୍ବେ କରିଥିଲେ ବିବାହ । ପ୍ରେମିକକୁ ଖୋଜି ଖୋଜି ଭିସା ନେଇ ବାଂଲାଦେଶରୁ କମରଦା ଥାନା ଅଧୀନସ୍ଥ ବୁଢ଼ାକୁସୁମୀ ଅଞ୍ଚଳରେ ଗତକାଲି ପହଞ୍ଚିଥିଲେ।  ରୁମାଙ୍କ ଘର ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳର ବୋଲି ଜଣାପଡିଛି ।

ସୁଚନା ମୁତାବକ୍‌, ବାଂଲାଦେଶୀ ଯୁବତୀ ରୁମା ମାରୀୟମଙ୍କ ସହ ବାଲେଶ୍ଵର ଜିଲ୍ଲା କମରଦା ଥାନା ଅଧୀନ ବୁଢ଼ାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ସହ ସୋସିଆଲ ମିଡ଼ିଆରୁ ଭଲ ପାଇବା ଆରମ୍ଭ ହୋଇଥଲା । ପରେ ବିରେନ୍ଦ୍ର ବାଂଲାଦେଶ ଯାଇ ରୁମାକୁ ଦେଖାକରିବା ସହ ତାଙ୍କ ସହ ସମ୍ପର୍କ ବଢାଇ ଥିଲେ । ଦୀର୍ଘ ୬ ବର୍ଷ ସମ୍ପର୍କ ପରେ ରୁମା ବିରେନ୍ଦ୍ରଙ୍କୁ ବାଂଲାଦେଶ କକ୍ସ ବଜାର ରେ ମୁସଲିମ ରୀତିନୀତି ଅନୁସାରେ ମୌଲାନା ଉପସ୍ଥିତି ରେ ଉଭୟ ବିବାହ କରିଥିବା ଦାବି କରିଛନ୍ତି । ବିରେନ୍ଦ୍ର ହିଁ ରୂମାଙ୍କ ସ୍ବାମୀ ବୋଲି ରୁମା ଦାବି କରିଛନ୍ତି । ଦୀର୍ଘ ଦିନର ଉଭୟ ବୈବାହିକ ଓ ଶାରୀରିକ ସଂପର୍କ ରଖିବା ପରେ କିଛି ଦିନ ହେବ ବିରେନ୍ଦ୍ର ରୁମାଙ୍କୁ ହତାଦର କରୁଥିବା ବେଳେ ତାଙ୍କ ସହ ଭଲରେ ସମ୍ପର୍କ ରଖୁ ନଥିବା ସହ ତାଙ୍କ ଠାରୁ ଦୂରେଇ ରହୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବିରେନ୍ଦ୍ର ଅନ୍ୟତ୍ର ବାହା ହୋଇ ପଡିଛନ୍ତି । କିନ୍ତୁ ବାଂଲାଦେଶୀ ଯୁବତୀ ଜଣକ ବିରେନ୍ଦ୍ରଙ୍କ ସହ ପୁନଃ ରହିବା ପାଇଁ ଜିଦ୍ ଧରିଛନ୍ତି। ପ୍ରମାଣ ସ୍ବରୂପ ବାଂଲାଦେଶରେ ରୁମା ଓ ବିରେନ୍ଦ୍ରଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ରୁମାଙ୍କ ପାଖରେ ରହିଛି ସେ ନ୍ୟାୟ ପାଇଁ ବାଲେଶ୍ଵର ଆସିଥିବା ବେଳେ ରୁମା ନିଜର ସ୍ବାମୀ ବୋଲି ଦାବି କରୁଥିବା ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ଘରକୁ ଯାଇଥିଲେ । ତେବେ ସେଠାରେ ତାଙ୍କୁ ଘରୁ ତଡ଼ି ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

Spread the love