୧୪ରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଆସନ୍ତା ୧୪ରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ଆଗକୁ ପାର୍ଟିର ପ୍ରତିଷ୍ଠା ଦିବସ ରହିଛି। ତା ପୂର୍ବରୁ ରାଜ୍ୟ କାର୍ଯ୍ୟକାରଣୀ ବୈଠକ ବସିବାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ସାମିଲ ହୋଇଥିଲେ କାର୍ତ୍ତିକ ପାଣ୍ଡିଆନ। ଏହା ପରଠାରୁ ବିଜେଡିର ବରିଷ୍ଠ ନେତା, ମନ୍ତ୍ରୀ, ଛାମୁଆ ସଙ୍ଗଠନର ନେତା ତାଙ୍କୁ ନବୀନ ନିବାସରେ ଭେଟି ଶୁଭେଚ୍ଛା ଜଣାଉଛନ୍ତି। କାର୍ଯ୍ୟକାରିଣୀରେ ତାଙ୍କ ଉପରେ କିଛି ବଡ଼ ନିଷ୍ପତି ହୋଇପାରେ। ବିଜେଡିର ସର୍ବୋଚ୍ଚ ନୀତି ନିର୍ଣ୍ଣୟକାରୀ ଫୋରମ ହେଉଛି କାର୍ଯ୍ୟକାରିଣୀ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ୮୦ ଜଣ ସଦସ୍ୟ ଏଥିରେ ଅଛନ୍ତି। ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ବରିଷ୍ଠ ନେତା ଏଥିରେ ସଦସ୍ୟ ଅଛନ୍ତି। ତେଣୁ କାର୍ଯ୍ୟକାରିଣୀରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି। ଶେଷଥର ପାଇଁ ବିଜେଡିର କାର୍ଯ୍ୟକାରିଣୀ ୨୧ ଡିସେମ୍ବର ୨୦୨୦ରେ ବସିଥିଲା। ସେତେବେଳେ ସାଙ୍ଗଠନିକ କ୍ଷେତ୍ରରେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା।

Spread the love