ବିବାହ ପ‌ରେ ବର-ବଧୂ ଘରକୁ ଫେରୁଥିବା ବେଳେ ଅଧା ରାସ୍ତାରେ ଜଳିଗଲେ

ନୂଆଦିଲ୍ଲୀ: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲାରେ ରବିବାର ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। କାରକୁ ଟ୍ରକ ଧକ୍କା ଦେବା ଫଳରେ ଘଟିଥିବା ଦୁର୍ଘଟଣାରେ ବର ଓ ବଧୂଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ସୂଚନାଯୋଗ୍ୟ, ଦୁର୍ଘଟଣାଗସ୍ତ କାରଟି ରାମଗଢ଼ରୁ ଅକଲତରା ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ମୁଲମୁଲା ଥାନା ପକରିଆ ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟଲୋକ ଏହି ଦୁର୍ଘଟଣାର ସୂଚନା ୧୧୨କୁ କଲ କରି ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟଲୋକଙ୍କ ସାହାଯ୍ୟରେ କାର ଭିତ‌ରେ ଫସିଥିବା ‌ଲୋକଙ୍କୁ ଅନେକ ଚେଷ୍ଟା ପରେ ପୁଲିସ କାଢ଼ି ବାହାର କରିଥିଲା। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ରାମଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ସମସ୍ତଙ୍କୁ  ମୃତଘୋଷଣା କରିଥିଲେ। ଏହାପରେ ସମସ୍ତ ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯିବା ସହିତ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା। ବଲୌଦାରେ ବସବାସ କରୁଥିବା ଶୁଭମ ସୋନି ଓ ଶିବରିନାରାୟଣରେ ରହୁଥିବା ନେହାଙ୍କ ବିବାହ ଶନିବାର ରାତିରେ ସମ୍ପର୍ଣ୍ଣ ହୋଇଥିଲା। ଏହାପରେ ରବିବାର ସକାଳେ ଶୁଭମ ନୂଆବୋହୂକୁ ଧରି ଘରକୁ ଫେରୁଥି‌ଲେ। ଗାଡ଼ିରେ ବର-ବଧୂଙ୍କ ସମେତ ଅନ୍ୟ ତିନିଜଣ ସଦସ୍ୟ ବି ଥିଲେ। ବିବାହ ପରେ ହସଖୁସିରେ ଘରକୁ ‌ଫେରୁଥିବା ବେଳେ ହଠାତ ବର-ବଧୂ ଥିବା କାରଟି ଟ୍ରକ ସହିତ ଧକ୍କା ହୋଇଥିଲା। ଏହି ଧକ୍କାରେ କାର ଭିତରେ ବସିଥିବା ସମସ୍ତ ଯାତ୍ରୀ ଜଳି ଯାଇଥିଲେ। ଏହି ଦୁର୍ଘଟଣାର ଖବର ପାଇଁ ପରେ ବର ଓ ବଧୂ ଉଭୟଙ୍କ ପରିବାର ଉପ‌ରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।

Spread the love