ପୁରୁଣା ସଂସଦ ଉପରେ ଆଜିର ଦିନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ

 ସାଂସଦରେ ଶୀତକାଳୀନ ଅଧିବେଶନ ଜାରି ରହିଛି । ଏହି କ୍ରମରେ ଲୋକସଭାରେ ବୈଠକ ଚାଲିଥିବା ବେଳେ ହଠାତ ଦୁଇଜଣ ଅଜଣା ଯୁବକ ସଂସଦ ଭିତରକୁ ପ୍ରବେଶ କରିଥିଲେ । ସେମାନେ ସଂସଦର କଡା ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ସଂସଦ ମଧ୍ୟରେ ପ୍ରବେଶ କରିବା ସମସ୍ତଙ୍କୁ ଚକିତ କରିଛି । ଅଜଣା ଯୁବକ ଦୁଇଜଣ ସଂସଦ ଭିତରେ ପ୍ରବେଶ କରି ଗୋଟିଏ ଚେୟାରରୁ ଅନ୍ୟ ଚେୟାରକୁ ଡେଇଁବା ଓ ସ୍ମୋକ କ୍ୟାଣ୍ଡେଲ ଲଗାଇ ସଂସଦ ଭିତରେ ଧୂଆଁ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀ ଓ ସାଂସଦମାନେ ସଂପୃକ୍ତ ଦୁଇ ଯୁବକଙ୍କୁ ଧରିଥିଲେ   । ଏହାପରେ ସଂସଦର ଉଭୟ ସଦନକୁ ସ୍ଥଗିତ ରଖାଯାଇଛି ।ଏହି ଅଜଣା ଯୁବକ ୨ ଜଣଙ୍କ ମଧ୍ୟରୁ ଜଣଙ୍କର ନାମ ସାଗର ଓ ଦ୍ୱିତୀୟ ଯୁବକଙ୍କ ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଦୁଇ ଯୁବକ ଜୋତା ଭିତରେ ସ୍ମୋକ କ୍ୟାଣ୍ଡେଲ ଲୁଚାଇ ଆଣିଥିଲେ । ଯାହାକୁ ସେମାନେ ସଂସଦ ଭିତରେ ସ୍ପ୍ରେ କରିଥିଲେ । ଏଥିରେ ସଂସଦ ଭିତରେ ବାରୁଦର ଗନ୍ଧ ଖେଳିଯାଇଥିଲା ।

ସେପଟେ ପୋଲିସର ଆତଙ୍କବାଦୀ ନିରୋଧୀ ସେଲ ଏବେ ଏହି ଦୁଇ ଯୁବକଙ୍କୁ ପଚରା ଉଚରା କରିବାକୁ ପହଂଚିଛି ।ସେପଟେ ଯେତେବେଳେ ସଂପୃକ୍ତ ଯୁବକ ଦୁଇଜଣ ସଂସଦ ଭିତରେ ପ୍ରବେଶ କରି ଚେୟାର ରୁ ଚେୟାର ଡିଆଁ ମାରୁଥିଲେ ସେତେବେଳେ ସାଂସଦ ମନୋଜ କୋଟକ ଓ ମଲୁକ ନଗର ସେମାନଙ୍କୁ ଧରିଥିଲେ । ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ କାବୁ କରିନେଇଥିଲେ ।କେବଳ ସେତିକି ନୁହେଁ ଏହା ମଧ୍ୟରେ ସଂସଦ ବାହାରେ ଥିବା ପରିବହନ ଭବନରେ ମଧ୍ୟ ଏଭଳି ଏକ ଘଟଣା ହୋଇଛି । ସେଠାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ୪୨ ବର୍ଷିୟା ମହିଳା ନୀଲମ ଓ ୨୫ ବର୍ଷିୟା ଅମୋଲ ସିନ୍ଦେକୁ ପୋଲିସ ହେପାଜତକୁ ନେଇଛି । ଏମାନେ ବି ପରିବହନ ଭବନ ପାଖରେ ନୀଳ ରଙ୍ଗର ସ୍ମୋକ କ୍ୟାଣ୍ଡେଲ ଜଳାଉଥିଲେ ।

Spread the love