ଅର୍ଚ୍ଚନା ନାଗଙ୍କୁ ମିଳିଛି ହତ୍ୟା ଧମକ: କହିଲେ- ମୁଁ ସତ୍ ରେ ଅଛି, ଡରିବା ଅପେକ୍ଷା ମରିବାକୁ ପସନ୍ଦ କରେ

ଜେଲରୁ ଫେରିବା ପରେ ଅସୁରକ୍ଷିତ ଥିବା କହିଲେ ଅର୍ଚ୍ଚନା ନାଗ। ଆଇନ ପରୀକ୍ଷା ଦେବାକୁ ଆସିବା ବେଳେ ତାଙ୍କୁ ଦୁଇ ଜଣ ଲୋକ ପିଛା କରିଥିବା କହିଛନ୍ତି ଅର୍ଚ୍ଚନା । ସେମାନେ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନା। ମୋ ନାମରେ ଫଲ୍ସ କେସ ସହିତ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି ଅଜଣା ଯୁବକ। ପରିବାର ଉଡ଼ାଇ ଦେବା ପାଇଁ ଧମକ ଦେଲେ ।

ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କର ସତ୍ ସାହାସ ଥିଲେ ସାମ୍ନାକୁ ଆସନ୍ତୁ। ମୁଁ ସତ୍ ରେ ଅଛି ଡ଼ରିନି। ଡରିବା ଅପେକ୍ଷା ମରିବାକୁ ଅଧିକ ପସନ୍ଦ କରିବି। ସବୁ ପ୍ରମାଣ ମୋ ପାଖରେ ଅଛି। ସମୟ ଆସିଲେ ସତ ସାମ୍ନାକୁ ଆସିବ। ଏନେଇ କୋର୍ଟଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ଅର୍ଚ୍ଚନା। ଧମକ ଦେଉଥିବା ବ୍ୟକ୍ତି କିଏ ସେ ଜାଣିନାହାନ୍ତି ବୋଲି କହିଛନ୍ତି ।

Spread the love