ଘରଦ୍ୱାର ଭାଙ୍ଗି ଦେଉଛନ୍ତି, ଗୃହପାଳିତ ପଶୁଙ୍କୁ ଦଳି ଦେଉଛନ୍ତି ହାତୀ

ରାତି ଅଧରେ ୩୪ ଟିକିଆ ହାତୀ ପଲଙ୍କ ଆତଙ୍କ । ବିଳମ୍ବିତ ରାତିରେ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଭାଙ୍ଗିଲେ ଘରଦ୍ୱାର । ହାତୀ ଆକ୍ରମଣରେ ୪ ଗାଈ, ୨ ଛେଳି ମୃତ୍ୟୁ । ଦେବଗଡ଼ ଥାନାଂଚଳ ଚଡ଼କମରା ଗାଁରେ ହାତୀଙ୍କ ଉତ୍ପାତ । ହାତୀ ଘଉଡ଼ାଉଥିବା ବେଳେ ବନକର୍ମଚାରୀ ଓ ଗ୍ରାମବାସୀଙ୍କ ହାତୀ ପଲ ଆକ୍ରମଣ ଉଦ୍ୟମ । ରାତିରେ ନିଆଁ ହୁଳା ଧରି ଲୋକେ ହାତୀ ପଲକୁ ଘଉଡ଼ାଉଛନ୍ତି । ଦେବଗଡ଼ ବନଖଣ୍ଡ ସୁଗୁଡ଼ା ବିଟ ଅଞ୍ଚଳର ବାସୁଦେବପୁର, ସୁଗୁଡା, ଝାଟକିପୋଷି ଗାଁରେ ୩୪ ଟିକିଆ ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି ।

Spread the love