ତାମିଲନାଡୁରେ ଜଳପ୍ରଳୟ ଯୋଗୁଁ ୩ ଜଣଙ୍କ ମୃତ୍ୟୁ

ଶୀତ ଭିତରେ ବନ୍ୟା । ପ୍ରବଳ ବର୍ଷା ଯୋଗୁ ତାମିଲନାଡୁ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ତାମିଲନାଡୁର ଦକ୍ଷିଣାଚଂଳରେ ୪ ଟି ଜିଲ୍ଲା ପୁରା ପାଣି ଘେରରେ ରହିଛି । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ନିଖୋଜ ଅଛନ୍ତି । ଅନେକ ଘର ଭାଙ୍ଗିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ସ୍ଥଳସେନା, ନୌସେନା ସହ ବାୟୁସେନାକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ରାସ୍ତା ଘାଟ ସହିତ ଘର ଭିତରେ ପାଣି ପଶିଛି । ଗତ ୨୪ ଘଂଟାରେ କିଛି ସ୍ଥାନରେ ୯୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । କନ୍ୟାକୁମାରୀ, ତିରୁନେଲଭି, ଥୋଠୁକୁଡି ଏବଂ ତେନକାସି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବର୍ଷା ଅଧିକ ହେଉଥିବାରୁ ଟ୍ରେନ ସେବା ମଧ୍ୟ ବ୍ୟାହତ ହୋଇଛି । କିଛି ଟ୍ରେନ ସମ୍ପୂର୍ଣ୍ଣ ଭାବେ ବାତିଲ ହୋଇଥିବା ବେଳେ ଆଉ କିଛି ଟ୍ରେନର ଗତିପଥ ବଦଳାଯାଇଥିବା ସୂଚନା ରହିଛି । ଅନେକ ଲୋକ ପାଣିଘେରରେ ଥିବାରୁ ସରକାର ତରଫରୁ ରିଲିଫ କ୍ୟାମ୍ପର ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଉଦ୍ଧାର ପାଇଁ ଅଧିକ ଏନଡିଆରଏଫ ଟିମ ପଠାଇବାକୁ ଅନୁରୋଧ କରିଛନ୍ତି ।

Spread the love