ନୂଆ ବର୍ଷ ରାତିରେ ରାଜଧାନୀରେ ଲୁଟେରାଙ୍କ ଆତଙ୍କ

ରାଜଧାନୀରେ ତଣ୍ଟି କାଟି ଲୁଟ୍ । ଚନ୍ଦ୍ରଶେଖରପୁର ଡମଣା ଗାଁରେ ଦୁର୍ବୁତଙ୍କ ଆତଙ୍କରାଜ । ଲୁଟେରାମାନେ ଗତକାଲି ବିଳମ୍ବିତ ରାତିରେ ଏଭଳି କାଣ୍ଡ ଘଟଣାଛନ୍ତି । ଶିବାନନ୍ଦ ବାରିକ ନାମକ ଜଣେ ବ୍ୟକ୍ତିଙ୍କ ତଣ୍ଟି କାଟି ୬ ହଜାର ଟଙ୍କା ଲୁଟି ନେଇଛନ୍ତି । ଗତକାଲି ରାତି ପ୍ରାୟ ୩ଟା ବେଳେ ଶିବାନନ୍ଦ ତାଙ୍କ ଦୋକାନକୁ ଯାଉଥିଲେ । ଘରୁ ବାହାରିବା ପରେ ଗେଟ୍ ପାଖରେ ଲୁଟେରାଙ୍କ ହାବୁଡରେ ପଡିଯାଇଥିଲେ । ଶିବାନନ୍ଦଙ୍କ ହାତରେ ଥିବା ବ୍ୟାଗକୁ ଟାଣି ନେଇଥିଲେ । ସେ ଲୁଟେରାଙ୍କୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ । ଶିବାନନ୍ଦଙ୍କ ବେକ କାଟି ୬ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା

Spread the love