ସରିଲା ପରିଚାଳନା କମିଟି ବୈଠକ: ଆସନ୍ତାକାଲି ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟବରଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରକ୍ରିୟା । କାଲି ସଂଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ଶ୍ରୀ ନିଅରରେ ଗଜପତି ମହାରାଜଙ୍କ ଦ୍ୱାରା ଆଚାର୍ଯ୍ୟ ବରଣ, ଆଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୩ ଓ ୧୪ ତାରିଖ ଦିନ ଅଙ୍କୁର ପୁଜନ ସହ ଯଜ୍ଞ ଅଧିବାସ କରାଯିବ । ଏହା ପୂର୍ବରୁ ଆଜି ବସିଥିବା ପରିଚାଳନା କମିଟି ବୈଠକ ଏନେଇ ଚୂଡାନ୍ତ ନିଷ୍ପତି ନିଆଯାଇଛି । ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପକରେ ଆଲୋଚନା ହୋଇଛି । ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏହାପୂର୍ବରୁ ୧୪ ତାରିଖ ଦିନ ଅଙ୍କୁର ପୁଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନା କରାଯିବ । ସେହିଭଳି ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଂଚ କର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀ ମନ୍ଦିର ଚାରି ଦ୍ୱାରରେ ବେଦ ପରାୟଣ ଓ ଅନଃପ୍ରଦକ୍ଷଣ ପଥରେ ନାମ ସଂକିର୍ତନ କରାଯିବ । ସେହିପତି ୧୬ ତାରିଖରେ ସୂର୍ଯ୍ୟପୂଜା ସହ ଯଥାବିଧି ପୂଜାର୍ଚ୍ଚନା କରାଯିବ । ଏବଂ ୧୭ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ । ସେହିଦିନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ । ମୁଖ୍ୟମନ୍ତ୍ରୀ ଫଳକ ଉନ୍ମୋଚନ କରିବେ, ଗଜପତି ମହାରାଜ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ ।

ଏଥିପାଇ ସମଙ୍ଗ ବଲ୍ଲଭ ପାର୍କିଂ, ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଶାଳ ସଭା ପାଇଁ ପ୍ରଶାସନିକ ଆୟୋଜନ କରାଯାଇଛି । ଏନେଇ ଆଜି ବିସ୍ତୁର୍ତ ଭାବେ ପରିଚାଳନା କମିଟିରେ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ୫୦ ପ୍ଲାଟୁନ୍ରୁ ଅଧିକ ଫୋର୍ସ ଓ ୩୦ରୁ ଅଧିକ ଅଫିସର ମୁତୟନ ହେବେ । ପ୍ରାୟ ୯ଟି କୋଠା ଉପରେ ପୋଲିସ ଫୋର୍ସ ବାଇନାକୁଲାର ଧରି ମୁତୟନ ରହିବେ । ଏହି ଟିମ୍ ସହରର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିବେ । ସେହିପରି ସାଦା ପୋଷାକରେ ମଧ୍ୟ ପୋଲିସର ଗୁଇନ୍ଦା ଟିମ୍ ଜନଗହଳି ଅଂଚଳରେ ପଇଁତରା ମାରିବେ ।

Spread the love