ନବୀନ ନିବାସ ଆଗରେ ଆତ୍ମାହୂତି ଦେବାକୁ ଏଏନ୍‌ଏମ୍‌ ଦିଦିଙ୍କ ଚେତାବନୀ

ସାଧାରଣତନ୍ତ୍ର ଦିବସରେ ଆତ୍ମାହୂତି ଧମକ। ଆସନ୍ତାକାଲି ନବୀନ ନିବାସ ଆଗରେ ଆତ୍ମାହୂତି ଦେବାକୁ ଚେତାବନୀ ଦେଇଛି ଏଏନ୍ଏମ୍ ସଂଘ। ଦୀର୍ଘଦିନ ଧରି ନିଯୁକ୍ତି ମିଳୁନଥିବାରୁ ଏଭଳି ଧମକ ଦେଇଛନ୍ତି ସଂଘର ସଭାପତି ଓ ସଦସ୍ୟ।

ରାଜ୍ୟରେ ଏବେ ପ୍ରାୟ ୨୨ ହଜାର ତାଲିମ୍‌ପ୍ରାପ୍ତ ଏଏନ୍‌ଏମ୍‌ ଦିଦି ଅଛନ୍ତି। ମାତ୍ର ସେମାନଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଏନେଇ ସଂଘ ପକ୍ଷରୁ ବାରମ୍ବାର ଭୁବନେଶ୍ୱରରେ ଆନ୍ଦୋଳନ କରାଯାଉଛି। ହେଲେ ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଦେଉଛନ୍ତି। ପରବର୍ତ୍ତୀ ସମୟରେ ଦାବି ପୂରଣ କରୁନାହାନ୍ତି। ଯାହାଫଳରେ ଆଜି ପର୍ଯ୍ୟନ୍ତ ନିଯୁକ୍ତି ନପାଇ ବେକାର ହୋଇ ବୁଲୁଛନ୍ତି ଏଏନ୍‌ଏମ୍‌।

ତେବେ ଚଳିତ ମାସରେ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦେବାକୁ ଗତ ନଭେମ୍ବରରେ ସ୍ୱାସ୍ଥ୍ୟ ବିଭାଗ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ସରକାର କୌଣସି ପ୍ରକ୍ରିୟା ଆରମ୍ଭ କରିପାରି ନାହାନ୍ତି। ରାଜ୍ୟ ସରକାରଙ୍କଠାରୁ ନିରାଶ ହୋଇ ଏଏନ୍ଏମ୍‌ମାନେ ଆତ୍ମାହୂତି ଦେବାକୁ ଧମକ ଦେଇଛନ୍ତି।

Spread the love