ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡିହୋଇଛି ନୂଆ ଫର୍ଦ୍ଦ । ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିଥିବା ବେଳେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏହି ପରିକ୍ରମା ପ୍ରକଳ୍ପ ନେଇ ପୁରପଲ୍ଲୀ ମଧ୍ୟ ଉତ୍ସବ ମୁଖର ହୋଇଉଠିଛି । ଭଜନ କୀର୍ତ୍ତନ ସହ ଘଂଟଘଂଟାରେ ପ୍ରକମ୍ପିତ ହେଉଛି ପରିବେଶ । ଏନେଇ କେନ୍ଦ୍ରାପଡାର ଗରଦପୁର ଓ ମାର୍ଶାଘାଇ ବ୍ଳକ ପ୍ରଶାସନ ପକ୍ଷରୁ ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ଉତ୍ସବକୁ ଧୁମଧାମର ସହ ପାଳନ କରାଯାଇଛି । ହରିହର କ୍ଷେତ୍ର ମାହାଳ ଜଗନ୍ନାଥ ମନ୍ଦିରରେ ଶହଶହ ଶ୍ରଦ୍ଧାଳୁ ସାମିଲ ହୋଇ ବେଢା ପରିକ୍ରମା କରିଛନ୍ତି । ତା ସହିତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

କାମାକ୍ଷାନଗର ଉପଖଣ୍ଡରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଓଡିଶାର ସମସ୍ତ ବ୍ଲକ ଓ ପଂଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୁରୀରୁ ସିଧାପ୍ରସାରଣ ମାଧ୍ୟମରେ ଦେଖିବାକୁ ସବୁଠି ବ୍ୟବସ୍ଥା କର।।ଯାଇଥିଲା । ବିଭିନ୍ନ ପଂଚାୟତରୁ ଆସିଥିବା କଳାକାର ମାନେ ଆସି ଏହି ମଂଚରେ ଉପସ୍ଥିତ ରହି ନିଜ କଳା ପରିବେଶଣ କରିଥିଲେ । ଛୋଟଛୋଟ ପିଲାମାନେ ମଧ୍ୟ ତାଙ୍କର ନୃତ୍ୟ ପରିବେଷଣ କରିଥିଲେ । କାମାକ୍ଷାନଗର ଏନଏସି, ଭୂବନ ,କଙ୍କଡାହାଡ଼,ପର୍ଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ ସ୍ଥାନ ଭଳି ସୋର ବ୍ଲକ ସାଜନପୁରର ମଧ୍ୟ ଅଧିଷ୍ଠାତ୍ରୀ ଦେବୀ ମାଆ ଦାଣ୍ଡ ଖେଳାଇ ମନ୍ଦିର ପ୍ରାଙ୍ଗଣ ଉତ୍ସବମୁଖର ହୋଇଉଠିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ବେଶ ଧୁମଧାମରେ ପାଳିତ ହୋଇଛି । ଏହି ଅବସରରେ ଆଖାପାଖରୁ ଶହଶହ ଲୋକଙ୍କ ଭିଡ ଲାଗିଥିଲା । ମଂଚରେ ଆଦିବାସୀ ନୃତ୍ୟରୁ ଓଡ଼ିଶୀ ନୃତ୍ୟଶତଳ୍ପୀ ମାନଙ୍କ ଦ୍ୱାର ନୃତ୍ୟ ପରିବେଷଣ କରାଯାଇଥିଲା ।

Spread the love