ବାଲେଶ୍ୱର ନୀଳଗିରି ଗୁଡିଖାଣିଆ ଗାଁରେ ଲାଖବିନ୍ଧା ପ୍ରତିଯୋଗିତା

ନିଆରା ମୂଲକର ନିଆର ଖେଳ । ଲୋକ ମାନଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଜଣକ ପରେ ଜଣେ ଛାଡୁଛନ୍ତି ଧନୁ ତୀର । କାହାର ପ୍ରଥମେ ଲକ୍ଷ୍ୟ ଭେଦ କରୁଛି ସେ ନେଇ ଚାଲିଛି ପ୍ରତିଯୋଗିତା । ବଣ ପାହାଡ ଘେରା ଆଦିବାସୀ ମୂଲକ ନୀଳଗିରି ଅଂଚଳର ଗୁଡିଖାଣିଆ ଗାଁରେ ଚାଲିଛି ଏହି ପ୍ରତିଯୋଗିତା । ଯାହାକୁ ନେଇ ଲୋକେ ବି ବେଶ ଉତ୍ସାହିତ ହୋଇପଡିଛନ୍ତି । ଗାଁର ସସସ୍ତ ପୁରୁଷ କାନ୍ଧରେ ଧନୁ ଓ ହାତରେ ତୀର ଧରି ବାହାରିପଡିଛନ୍ତି ପ୍ରତିଯୋଗିତା ସ୍ଥଳୀକୁ । ଲକ୍ଷ୍ୟ କରିଛନ୍ତି ଲକ୍ଷ୍ୟ ବିନ୍ଧା ସ୍ଥାନକୁ । ଯିଏ ଲକ୍ଷ୍ୟ ସ୍ଥଳରେ ବିନ୍ଧି ପାରିବ ସେ ହେବ ବିଜେତା । ଆଉ ବିଜେତାକୁ କାନ୍ଧରେ ବସାଇ ଗାଁ ପରିକ୍ରମା କରାଯାଇ ଗାଁର ମୁଖିଆଙ୍କ ଘରକୁ ନିଆଯିବ । ପୂର୍ବ ପୁରୁଷ ଅମଳରୁ ଚାଲିଆସୁଛି ଏହି ପରମ୍ପରା ପ୍ରତିଯୋଗିତା । ଖାସ୍ କରି ମକର ସଂକ୍ରାନ୍ତିର ସମସ୍ତ ଅସ୍ତ୍ର ପୂଜା କରି ପଶୁ ଶିକାର ପାଇଁ ନିଆଯାଉଥିଲା । ହେଲେ ପରେ ଏହା ପ୍ରତିଯୋଗିତା ତଥା ଲାଖ ବିନ୍ଧା ଖେଳରେ ପରିଣତ ହୋଇଛି ।

ବଣ ମୂଲକରେ ଏହି ଲାଖ ବିନ୍ଧା ପ୍ରତିଯୋଗୀତାର ଆୟୋଜନ କରାଯାଉଛି । ଗାଁ ମୁଖିଆଙ୍କ ଘରୁ ଏକ ଡାଳ କଟାଯାଇ ଖୋଲାପଡିଅରେ ପୂଜା କରି ପୋତାଯାଇଥାଏ । ଏହ ପରେ ୨ଶହରୁ ୩ଶହ ମିଟର ଦୂରରୁ ଧନୁ ତୀର ସାହାଯ୍ୟରେ ଲାଖ ବିନ୍ଧା ପ୍ରତିଯୋଗିତା ଆରମ୍ଭ ହୋଇଥାଏ । ପ୍ରଥମେ ଗାଁର ମୁଖିଆ ଲାଖବିନ୍ଧିଥିବା ବେଳେ ପରେ ଅନ୍ୟ ପ୍ରତିଯୋଗୀ ମାନେ ଏଥିରେ ସାମିଲ ହୋଇଥିଲେ । ପ୍ରତିଯୋଗିତାରେ ବିଜେତାଙ୍କୁ କାନ୍ଧରେ ବସାଇ ଗାଁ ପରିକ୍ରମା କରାଯିବାର ରହିଛି ପରମ୍ପରା । ଯାହା ଦେଖିବାକୁ ଗାଁ ତଥା ଗାଁ ବାହାରୁ ବହୁ ଲୋକଙ୍କ ଭିଡ ଲାଗିଥାଏ ।
Spread the love