କତାର୍ ଉର୍ଜା ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ

ନୂଆଦିଲ୍ଲୀ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କତାର୍‌ର ଉର୍ଜା ମନ୍ତ୍ରୀ ଇଆର. ସାଦ୍ ଶେରିଦା ଅଲ୍‌-କାବିଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବଢାଇବା ପାଇଁ ସହମତି ପ୍ରକାଶ ପାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କତାର ଭାରତର ଜଣେ ଭଲ ସହଯୋଗୀ ରାଷ୍ଟ୍ର । ଭାରତ ପାଇଁ କତାର ଦୀର୍ଘକାଳୀନ ଉର୍ଜା ସହଯୋଗୀ ଦେଶ । ଦୁଇ ଦେଶ ମଧ୍ୟରେ ହାଇଡ୍ରୋକାର୍ବନ ମାଧ୍ୟମରେ ଉର୍ଜାର ଚାହିଦାକୁ ଆହୁରି ଅଧିକ ବଢାଯାଇପାରିବ । ଉର୍ଜା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହେବ ବୋଲିଶ୍ରୀ ପ୍ରଧାନ କହିଛନ୍ତି ।
ସେ କହିଛନ୍ତି ଯେ ଏଲ୍‌ଏନ୍‌ଜି କ୍ଷେତ୍ରରେ ଭାରତ ପାଇଁ ଅଧିକ ଭାଗ କତାରରେ ରହିଛି । ଭାରତରେ ଉର୍ଜା ବିଶେଷ ଭାବରେ ଗ୍ୟାସ ହାର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଦେଶର ୭୦ ପ୍ରତିଶତ ଜନସଂଖ୍ୟାଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ଗ୍ୟାସ ଆଧାରିତ ଅର୍ଥନୀତି ହେବା ଦିଗରେ  ଦ୍ରୁତ ଅଗ୍ରସର ହେଉଛି । ଦେଶର ଗ୍ୟାସ ଭିତିଭୂମିକୁ ସଜାଡିବାରେ ୬୦ ବିଲିୟନ ଡଲାର ପୁଞ୍ଜିନିବେଶ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ଏହି ବୈଠକରେ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ହେବା ସହ ଅନ୍ୟ ଏହି ସମ୍ପନ୍ଧିୟ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Spread the love