ଧାନ ମଣ୍ଡି ସମସ୍ୟାକୁ ନେଇ କଟକ ଜିଲ୍ଲା ପ୍ରଶାସନଙ୍କୁ ଭେଟିଲା କୃଷକ ମୋର୍ଚ୍ଚା

ସମ୍ପୂର୍ଣ୍ଣ କଟକ ଜିଲ୍ଲାରେ କେବଳ ବାଙ୍କିର ୪୦ଟି ମଣ୍ଡି, ବଡମ୍ବା, ଆଠଗଡ, ମାହଙ୍ଗା, ସାଲେପୁର ସବୁ ଜାଗାରେ ଟୋକନ ଦିଆଯାଉଛି କିନ୍ତୁ ଧାନ କିଣା ଯାଉନାହିଁ । ଏମିତି ସମୟରେ ଟୋକେନ ଦିଆଯାଉଛି ଯେ ଚାଷୀ ଧାନ ନେଇକି ମଣ୍ଡିକୁ ନେଇ ଯାଉ ଯାଉ ଟୋକନର ଭାଲିଡିଟି ପଳାଉଛି । କନ୍ଦରପୁର ମଣ୍ଡିରେ ଯେଉଁ ପରିମାଣର ଧାନ ଆଲର୍ଟମେଂଟ୍ କରାଯାଉଛି ଯେ ଏତିକି ଧାନ ଦେବ ସେତିକି ଧାନ ମିଲର ସଂଗ୍ରହ କରିପାରୁନାହିଁ । ରାଜନୀତି ଭିତରେ ଚାଷୀ ଫସିଯାଉଛି କେବଳ ସେତିକି ନୁହଁ ଟୋକେନ୍ ଇସ୍ୟୁ କଲାବେଳେ ଶାସକ ଦଳର ଚାର୍ଷୀଙ୍କୁ ଦିଆଯାଉଛି । ସରକାରୀ ଦଳର ଚାଷୀ ମାନଙ୍କୁ ଆଗୁଆ ଟୋକନ୍ ଇସ୍ୟୁ ହେଉଥିବା ବେଳେ ଅନ୍ୟାନ୍ୟ ଚାଷୀମାନଙ୍କୁ ପଛରେ ଟୋକନ୍ ଇସୁ ହେଉଛି । ଏହି ସମସ୍ୟାକୁ ନେଇ କଟକ ଜିଲ୍ଲା ପ୍ରଶାସନକୁ ଭେଟି ପ୍ରତିକାର ଦାବି କରିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ।
ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ କୃଷକମୋର୍ଚ୍ଚା ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି କହିଛନ୍ତି ଯେ ନିର୍ଦ୍ଧାରିତ ସମୟ ମଧ୍ୟରେ ଟୋକନ୍ ଦେଇ ଯଦି ସରକାର ଧାନ ସଂଗ୍ରହ ନକରନ୍ତି ତେବେ ବିଜେପି କୃଷକ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ବାଧ୍ୟ କରିବେ ଚାଷୀର ଧାନ ନିର୍ଦ୍ଧାରିତ ସମୟ ଭିତରେ ନେବାପାଇଁ । ନହେଲେ ଚାଷୀଙ୍କୁ ସରକାର ଧୋକା ଦେଉଛନ୍ତି ଏହି କଥା ଆମେ ଜନସାଧାରଣଙ୍କ ପାଖରେ ପହଂଚାଇ ଆନ୍ଦୋଳନ କରିବୁ । ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଯେଉଁ ବ୍ୟବସ୍ଥା ଚାଲିଛି ସେଥିରେ ଚାଷୀ ବର୍ତମାନ କରିବ କଣ? ଚାଷୀ
ଧାନ ଧରି ବୁଲୁଛି ଓ ମଣ୍ଡିରେ ଧାନ ଧରି ଛିଡା ହୋଇଛି । ତାହା ପାଇଁ ସମାଧାନର ରାସ୍ତା କଣ? ଚାଷୀଙ୍କୁ
ସାତଦିନ ପୂର୍ବରୁ ଟୋକନ୍ ଦିଆଯାଉ ଏବଂ ମିଲର୍ ଯେତିକି ଧାନ ରଖିପାରିବ ସୋସାଇଟି ସେତିକି
ଟୋକନ୍ ଦେଉ । ଟୋକନ୍ ନେଇ କି ଗଲାପରେ ବି ଧାନ ପଡି ରହୁଛି ଓ ସାତ ଦିନ ଯେଉଁ ଟୋକନ୍ ର
ଅବଦ୍ଧି ଅଛି ତାହା ସରିଲା ପରେ ଚାଷି ଫେରିବା ପାଇଁ ବାଧ୍ୟ ହେଉଛି । ଯାହା ଫଳରେ ବାଧ୍ୟ ହୋଇ ଚାଷୀ ବେପାରୀଙ୍କୁ କମ ଦାମରେ ଧାନ ଦେଉଛି ।
ଏହି ପ୍ରତିନିଧି ଦଳରେ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ହୃଷିକେଶ ଜେନା, ରାଜ୍ୟ ସଂପାଦକ
ଅଶୋକ ମହାନ୍ତି, ବ୍ରଜେନ୍ଦ୍ର ରାୟ,ସରୋଜ ରଣା, ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ସାମିଲ ଥିଲେ ।

Spread the love