ଓୟୁଏଟି ପରିସରରୁ କୁକୁ଼ଡାମରା ଆରମ୍ଭ

ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ପ୍ରଥମେ ଓୟୁଏଟି କୁକୁଡା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଆକ୍ରାନ୍ତ କୁକୁଡାକୁ ମରାଯାଇଛି । ଏନେଇ ଏକ ସ୍ବତନ୍ତ୍ର ଟିମ ପ୍ରତିଶୋଧକମୂଳକ ଭାବେ ସମସ୍ତ ଆକ୍ରାନ୍ତ କୁକୁଡାକୁ ନଷ୍ଟ କରିଛନ୍ତି । ନଷ୍ଟ ହୋଇଥିବା ସମସ୍ତ କୁକୁଡାକୁ ଗବେଷଣା କେନ୍ଦ୍ର ପରିସରରେ 10ମିଟର ଏକ ଗଭୀର ଖାତ କରାଯାଇ କମ୍ପୋଷ୍ଟ ଦେଇ ପୋତି ଦିଆଯାଇଛି । ଏହି ଅପରେସନରେ ଓୟୁଏଟରୁ 7 କିମି ପରିଧି ମଧ୍ୟରେ ଥିବା ଚିକେନ ସେଣ୍ଟରରେ ଚଢଉ କରି ସମସ୍ତ କୁକୁଡାକୁ ସହ ଅଣ୍ଡା ଓ କୁକୁଡା ଖାଦ୍ୟକୁ ମଧ୍ୟ ଜବତ କରାଯାଇଛି । ଏସବୁକୁ ଅଣାଯାଇ, ଓୟୁଏଟିର ସ୍ବତନ୍ତ୍ର ଖାତରେ ନଷ୍ଟ କରାଯିବ । ଏହା ସହ ଆହୁରି 4ଟି ଟିମ ଓୟୁଏଟି ଠାରୁ 10 କିମି ପରିଧି ମଧ୍ୟରେ ଚିକେନ ସେଣ୍ଟର ଓ କୁକୁଡା ଫାର୍ମରେ କୁକୁଡା ରକ୍ତ ନମୂନା ସଂଗ୍ରହ କରି ଲ୍ୟାବକୁ ପଠାଯିବ । ଏଥିପାଇଁ ମୋଟ 13 ଜଣ ନିୟୋଜିତ

Spread the love