ବଡ ମେଡିକାଲ ପୁନର୍ବିନ୍ୟାସ : ଥଇଥାନ ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି ଜିଲ୍ଲାପାଳ

କଟକ ଏସସିବି ମେଡିକାଲର ହେବ ନବକଳେବର। ଏଥିପାଇଁ ସ୍ଥାନାନ୍ତର ହେଉଥିବା ଲୋକଙ୍କୁ ଖୋଦ୍ ଜିଲ୍ଲାପାଳ ଲୋକମାନଙ୍କୁ ସଚେତନ କରାଉଛନ୍ତି। ଏସସିବି ଆଖପାଖ ଓ ଯୋବ୍ରା ମାଛ ମାର୍କେଟ ଅଞ୍ଚଳ ବୁଲି ଅନୁଧ୍ୟାନ କରିବା ସହ ଜିଲ୍ଲାପାଳ ଲୋକମାନଙ୍କୁ ଥଇଥାନ ଓ ଉଚ୍ଛେଦ ସମ୍ପର୍କରେ ସଚେତନ କରାଇଛନ୍ତି। ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳ ବୁଲିଛନ୍ତି। ଏହି ସମୟରେ ସେ ଲୋକଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ପ୍ୟାକେଜ ସମ୍ପର୍କରେ ବୁଝାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷମାପରେ ସୋମବାର ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି କଟକ ଜିଲ୍ଲାପାଳ କହିଥିଲେ। ଉଚ୍ଛେଦ ପ୍ରକ୍ରିୟାରେ 300 ରୁ ଅଧିକ ପରିବାର ପ୍ରଭାବିତ ହେବେ। ପ୍ରଭାବିତ ପରିବାରଙ୍କୁ ଯୋବ୍ରା ବ୍ରିଜ୍ ଅପରପାର୍ଶ୍ଵରେ ଥଇଥାନ କରାଯିବ।

ଏ ନେଇ ସିଏମସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଦୋକାନ ଓ କ୍ଵାର୍ଟର୍ସ ଭଙ୍ଗା କାମ ଖୁବଶୀଘ୍ର ତ୍ଵରାନିତ୍ଵ କରାଯିବ। ଏଥିପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମଞ୍ଜୁରୀ ମିଳିଛି। ରାଜ୍ୟର ପ୍ରମୁଖ ଚିକିତ୍ସାସେବା ଅନୁଷ୍ଠାନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ପୁନର୍ବିନ୍ୟାସ କରି ଏହାକୁ ଏକ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଏହାର ସଂପ୍ରସାରଣ କରି ଏହାକୁ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ 3000 ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଗଢ଼ିବାର କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

Spread the love