ବଜେଟ ଅଧିବେଶନରେ ନଦୀ ଜଳ ବିବାଦ,ଜନଗଣନାରେ ଓବିସି ଉପରେ ଦାବି କରିବ ବିଜେଡି : ପିନାକୀ ମିଶ୍ର

ଆସନ୍ତା 31ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ନବୀ ଜଳ ବିବାଦ, କୋଇଲା ରୟାଲ୍‌ଟି, ଜିଏସଟି ବକେୟା ଏବଂ ଜନଗଣନାରେ ଏସସି/ ଏସଟି ସହ ଓବିସି କଲମ ରଖିବାକୁ ବିଜେଡି ପକ୍ଷରୁ ଦାବି କରାଯିବ ବୋଲି ସଂସଦୀୟ ଦଳ ବୈଠକ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି । ପାର୍ଲାମେଣ୍ଟର ବଜେଟ ଅଧିବେଶନରେ ବିଜେଡିର ଆଭିମୁଖ୍ୟ ନେଇ ଆଜି ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳ ବୈଠକ ବସିଥିଲା । ବିଜେଡି ସିଏଏକୁ ସମର୍ଥନ କରୁଛି କିନ୍ତୁ ଏନଆରସିକୁ ସମର୍ଥନ କରୁନାହିଁ । ଏହା ପୂର୍ବରୁ ମୁଖ୍ରମନ୍ତ୍ରୀ କହିଛନ୍ତି । ଏନେଇ ଆଜି ଆଲୋଚନା ହୋଇଛି । ଏନପିଆରରେ କିଛି ସଂଶୋଧନ ଚାହିଁଥିଲୁ । କେନ୍ଦ୍ର ଏହି ପ୍ରସ୍ତାବରେ ରାଜି ହୋଇଛି । ଜନଗଣନାରେ ଏସସି/ ଏସଟି ସହ ଗଣନା ପାଇଁ ଓବିସି କଲମ ମଧ୍ୟ ରଖିବାକୁ ଦାବି କରାଯାଇଛି । ପୋଲାଭରମ, ମହାନଦୀ ଜଳ ବିବାଦ ପ୍ରସଙ୍ଗ ବଜେଟରେ ଉଠାଇବୁ ବୋଲି ପିନାକୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ସାଂସଦ- ବିଧାୟକଙ୍କ ମଧ୍ୟରେ ସମନ୍ୱୟ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସାଂସଦଙ୍କୁ ସେମାନଙ୍କ ପ୍ରଦର୍ଶନ ନେଇ 2 ମାସିଆ ରିପୋର୍ଟ କାର୍ଡ଼ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love