ଆମ୍ ଆଦମୀ ତଥା କଂଗ୍ରେସ ଭଳି ଦଳ ଦିଲ୍ଲୀ ଓ ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି -ଧର୍ମେନ୍ଦ୍ର ପ୍ରଧାନ

ଆମ୍ ଆଦମୀ ତଥା ତଥାକଥିତ କଂଗ୍ରେସ ଭଳି ଦଳ ଦିଲ୍ଲୀରେ ତଥା ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି । ଏଠାକାର ଜନତା ଏଥର ସାଇନ୍‌ବାଘ୍ ଭଳି ଅରାଜକ ତତ୍ୱ ବିରୋଧରେ ଭୋଟ ଦେବା ପାଇଁ ମନ ବନାଉଛି । ଚଳିତଥର ଦିଲ୍ଲୀରେ ବିଜେପିର ସରକାର ହେବ ବୋଲି ନୂଆଦିଲ୍ଲୀର ବିଭିନ୍ନ ଅଂଚଳରେ ନିର୍ବାଚନ ପ୍ରଚାର ବେଳେ ଗଣମାଧ୍ୟମର ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ୍ ଆଦମି ଦଳ କେବଳ ନକରାତ୍ମକ ପ୍ରସଙ୍ଗ ଉଠାଉଛି । ଦିଲ୍ଲୀର କୌଣସି ବିକାଶ ବା ସକରାତ୍ମକ ପ୍ରସଙ୍ଗ ଦଳ ପାଖରେ ନାହିଁ । ଦିଲ୍ଲୀ ଦେଶର ରାଜଧାନୀ ହୋଇଥିଲେ ମଧ୍ୟ ଗତ ୫ ବର୍ଷରେ ଯେପରି ବିକାଶ ହେବା କଥା ହୋଇନାହିଁ । ଦେଶରେ ବିକାଶଶୀଳ ସରକାର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହେଲା ପରେ ମଧ୍ୟ ଦିଲ୍ଲୀ ପଛୁଆ ରହିଛି । ସିଏଏକୁ ବିରୋଧ କରିବା ଭଳି ଲୋକମାନେ ମଧ୍ୟ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରୁଥିବାର ଦେଖାଯାଇଛି । ଏହି କାରଣରୁ ଦଳ ଉପରେ ଦିଲ୍ଲୀବାସୀ ଅତିଷ୍ଠ ଅଛନ୍ତି ।ସେ କହିଛନ୍ତି ଯେ ଆମ୍ ଆଦମୀ ଦଳ ସାଧାରଣ ଜନତାଙ୍କର ଭରସା ହରାଇ ସାରିଛି । ଦିଲ୍ଲୀରେ ଖରାପ ପାଣି କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଥିବା ଦେଖାଯାଇଛି । ବିଜୁଳି ଦେବାରେ ଅବସ୍ଥା ଦେଖାଯାଇଛି । ମିଛ କଥାରେ ଲୋକଙ୍କୁ ଅଧିକ ସମୟ ବୋକାଯାଇପାରିବ ନାହିଁ । ଚଳିତ ନିର୍ବାଚନରେ ଅରାଜକତା ବିରୋଧୀରେଦିଲ୍ଲୀବାସୀ ଏହି ନିର୍ବାଚନରେ ଭୋଟ ଦେବେ । ଦିଲ୍ଲୀର ନାଗରିକମାନେ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରୁଛନ୍ତି ଏବଂ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମନ ବଳାଇଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ବିଜେପିର ବିଜୟ ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିଲ୍ଲୀରେ ବିଜେପି ସରକାର ହେଲେ ଅସ୍ଥାୟୀ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବା ନେଇ ମୋଦି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଦିଲ୍ଲୀରେ ଗରିବ ଶ୍ରେଣୀର ଲୋକମାନେ ବିଜେପିକୁ ସମର୍ଥନ କରିବାର ଉତ୍ସାହ ଦେଖାଯାଇଛି । ଦିଲ୍ଲୀରେ ଜଗନ୍ନାଥଙ୍କ ଅନୁଯାୟୀମାନଙ୍କର ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ବଢିଛି ଏବଂ ସେମାନେ ମୋଦିଙ୍କ ଅନୁଯାୟୀକୁ ଭୋଟ ଦେଇ ଜିତାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନ ଦିଲ୍ଲୀରେ ବିଜେପିର ଷ୍ଟାର ପ୍ରଚାରକ ଭାବେ ନିର୍ବାଚନ ପ୍ରଚାର କରୁଛନ୍ତି । ଆଜିର
ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦିଲ୍ଲୀର ମୋତି ନଗର, ଆଦର୍ଶ ବସ୍ତି, ବସନ୍ତ ବିହାର, ଆର.କେ ପୁରମ
ଅଂଚଳ ସମେତ ଅନ୍ୟ ଅଂଚଳରେ ମଧ୍ୟ ନିର୍ବାଚନ ପ୍ରଚାର ସହ ବିଜେପିକୁ ଜିତାଇବା ପାଇଁ ଲୋକମାନଙ୍କୁ
ନିବେଦନ କରିଥିଲେ ।

Spread the love