ସିଏଏ ବିରୁଦ୍ଧରେ ଗୁଜବ ସୃଷ୍ଟି କରି ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି ବିରୋଧୀ: ସମୀର ମହାନ୍ତି

ଦେଶର ଜନତା କଂଗ୍ରେସକୁ ପ୍ରତ୍ୟାଖାନ କରିବା ପରେ ଏବେ କଂଗ୍ରେସ ନାଗରିକତା ସଂଶୋଧନ ଆଇନକୁ ନେଇ ମିଥ୍ୟା ବିଭ୍ରାନ୍ତ ସୃଷ୍ଟି କରି କେବଳ ଭୋଟବ୍ୟାଙ୍କ ରାଜନୀତି କରୁଛି l ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ହିତରେ କାର୍ଯ୍ୟ କରୁଥିବା ସମୟରେ ବିରୋଧୀ ଦେଶ ବିଭାଜନ କରିବାକୁ ଲାଗିଛନ୍ତି । ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର
ବ୍ୟବସ୍ଥା ନାଗରିକତା ସଂଶୋଧନ ଆଇନରେ ରହିଛି ବୋଲି ମୟୁରଭଂଜଠାରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲିରେ ଯୋଗ ଦେଇ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି l ଏହି ଆଇନ ଦ୍ୱାରା ଭାରତ କିମ୍ବା ମୟୁରଭଂଜଠାରେ ରହୁଥିବା କୌଣସି ଜଣେ ହେଲେ ବି ମୁସଲମାନ ଭାଇ ଭଉଣୀମାନଙ୍କର ନାଗରିକତା ଯିବନାହିଁ । ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନରେ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତନ କରାଯାଇଛି । ଏବେ ନାଗରିକତା
ସଂଶୋଧନ ଆଇନ ଦ୍ୱାରା ଏବେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶର ଧାର୍ମୀକ ଉପ୍ତିଡନର ଶୀକାର ହୋଇଥିବା ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ ।
ପାଣି ବିନା ମାଛ ଯେପରି ଛଟପଟ ହୁଏ ଠିକ୍ ସେହିପରି କ୍ଷମତା ବିନା କଂଗ୍ରେସ ଆଜି ଅଣନିଶ୍ୱାସୀ ହୋଇ ପଡିଛି । ଆଉ ଏବେ ତୃୁଷ୍ଟିକରଣ ରାଜନୀତି କରି ଆଗାମୀ ଦିନରେ ନିଜ ଅସ୍ତୀତ୍ୱକୁ ବଂଚାଇ ରଖିବା ପାଇଁ ବିରୋଧୀ ପ୍ରୟାସ ଚଲାଇଛନ୍ତି । ମୋଦି ସରକାରଙ୍କ ସମସ୍ତ ଯୋଜନା ଲାଗୁ କଣ ଧର୍ମ ଆଧାରରେ ହେଉଛି କି ବୋଲି ବିରୋଧୀଙ୍କୁ ଶ୍ରୀ ମହାନ୍ତି
ପ୍ରଶ୍ନ କରିଥିେ ଗତକାଲି ବାରିପଦା ଗସ୍ତ ସମୟରେ ସ୍ଥାନୀୟ ସମସ୍ୟା ସଂପର୍କରେ ଶ୍ରୀ ମହାନ୍ତି ଅବଗତ ହୋଇଥିଲେ । ବାରିପଦା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଶିଶୁ ବିଭାଗରେ କିଛି ଛାତ୍ରଛାତ୍ର୍ରୀ ବାରଣ୍ଡାରେ ଚିକିତ୍ସିତ ହେଉଥିଲେ । ସେହିପରି ମେଡିକାଲରେ ଷ୍ଟ୍ରେଚର ନଥିବା ନେଇ ଶ୍ରୀ ମହାନ୍ତି ଉଦବେଗ ପ୍ରକାଶ କରିବା ସହ ବିଜେପି ସାଂସଦଏବଂ ବିଧାୟକଙ୍କୁ ନୂଆ ଷ୍ଟ୍ରେଚର ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ୨୦ ବର୍ଷର ସରକାର ରାଜ୍ୟରେ କୌଣସି ବିକାଶ କରିପାରିଲା ନାହିଁ । ଓଡିଶାବାସୀ ଯାହାଙ୍କୁ ଦାୟୀତ୍ୱ ଦେଇଛନ୍ତି ସେହି ଦାୟୀତ୍ୱବାନ ସରକାର ପାଖରେ ମାନବିକତା
ନାହିଁ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଏକ ବିରାଟ ଶୋଭାଯାତ୍ରା ବାରିପଦା ମଧୁବନ ପଡିଆରୁ ବାହାରି ବଜାର ରୋଡ ଦେଇ ସଭାସ୍ଥଳ ଛଉ ପଡିଆଠାରେ ପହଂଚିଥିଲା ।ଏହି ସମାବେଶରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ସାଂସଦ ବିଶେଶ୍ୱର ଟୁଡୁ, ବିଧାୟକ ପ୍ରକାଶ ସୋରେନ, ଭାସ୍କର ମଢେଇ, ଡ.ବୁଧନ ମୁର୍ମୁ, ସନାତନ ବିଜୁଳି, ଗଣେଷରାମ ଖୁଂଟିଆ, ନବଚରଣ ମାଝୀ, ଜିଲ୍ଲା ସଭାପତି ଓ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ପୂର୍ବତନ ଜିଲ୍ଲାସଭାପତି ଡ.କୃଷ୍ନଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସଭା ପୂର୍ବରୁ ନବନିର୍ବାଚିତ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ମୟୁରଭଂଜ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

Spread the love