ବଜେଟ ୨୦୨୦ ଦେଶର ସମସ୍ତ ବର୍ଗଙ୍କ ଆଶା, ଆକାଂକ୍ଷାକୁ ପୁରା କରିବା ଭଳି ବଜେଟ : ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ଦ୍ୱିତୀୟ ଆର୍ଥୀକ ବଜେଟ ଆମ ଦେଶର ଆର୍ଥୀକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରି ବଜେଟ । ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ଆଣିଥିବା ଏହି ସବୁ ବର୍ଗକୁ ସୁହାଇଲା ଭଳି ବଜେଟ । ମୋଦିଜିଙ୍କର ନୁଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହି ବଜେଟ ସଫଳ ହେବ । ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି । ଦେଶର ଯୁବ ବର୍ଗଙ୍କର ସ୍ପପ୍ନକୁ ପୁରଣ କରିବା ଦିଗରେ ଏହି ବଜେଟ ଆଗାମି ଦିନରେ ଏକ ବଡ ଭୂମିକା ନେବାକୁ ଯାଉଛି ବୋଲି କହିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ।
ମଧ୍ୟମ ବର୍ଗର ଲୋକମାନଙ୍କ ପାଇଁ ଆୟକର ସୀମାକୁ କମାଇବା ଏହି ବଜେଟର ଏକ ବଡ ଉପଲବଧି । ବର୍ଷକୁ ୫ ଲକ୍ଷ ରୁ ୧୫ ଲକ୍ଷ ରୋଜଗାର କରୁଥିବା ବର୍ଗର ଲୋକମାନଙ୍କ ଆୟକରର ବିଭିନ୍ନ ସ୍ଲାବରେ ୧୦% ରିହାତି ଦିଆଯାଇଛି । ସେହିପରି ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠାର ଘୋଷଣା ଓଡିଶା ଭଳି ରାଜ୍ୟକୁ ଯାହା ସ୍ୱାସ୍ଥ୍ୟସେବାରେ ପଛୁଆ ବଡ ଲାଭ ଦେବ । ସେହିପରି ୧୫୦ ଡିଗ୍ରି-ଡିପ୍ଲୋମା ଇଜିଂନିୟରିଙ୍ଗ କଲେଜ ଦେଶରେ ପ୍ରତିଷ୍ଠା ହେବ । ବଜେଟରେ ୩.୬ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ଗ୍ରାମାଂଚଳରେ ପ୍ରତି ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ । ଓଡିଶାରେ ଯେଉଁଠି ଗ୍ରାମାଂଚଳରେ ମାତ୍ର ୫% ପରିବାର ପାଇପ ଯୋଗେ ପିଇବା ପାଣି ପାଉଛନ୍ତି, ଏହି ବଜେଟ ଓଡିଶା ପାଇଁ ବରଦାନ ହେବା ଭଳି ହେବ । ମାଛ ଚାଷର ବିକାଶ ପାଇଁ ଏହି ବଜେଟରେ ବ୍ୟାପକ ଧ୍ୟାନ ଦିଆଯାଇଛି । ଓଡିଶାର ବିଶାଳ ଜଳସମ୍ପଦ ଥିବା କାରଣରୁ ଓଡିଶା ଏହାର ଏକ ବଡ ଲାଭାର୍ଥୀ
ରାଜ୍ୟ ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବାର ବ୍ୟବସ୍ଥା କରାଯାଇଛି । ଓଡିଶା ଭଳି ରାଜ୍ୟ ଯେଉଁଠି ସ୍ୱାସ୍ଥ୍ୟ ସେବା ଓ ଡାକ୍ତର ଅଭାବ ଏକ ବଡ ସମସ୍ୟା, ଏହି ବ୍ୟବସ୍ଥା ଲାଭ ଦେବ । ସେହିପରି ମହିଳା ଓ ଶିଶୁମାନଙ୍କର କୁପୋଷଣ ଅପପୁଷ୍ଟି ଦୂରିକରଣ
ପାଇଁ ୩୫,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଓଡିଶା କୁପୋଷଣ ଅପପୁଷ୍ଟିରେ ଦେଶରେ ସବୁଠାରୁ ପଛରେ । ଏହି ବଡ ଅଙ୍କରେ ପ୍ରାବଧାନ ଓଡିଶାର ଗରିବ ମହିଳା ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟର ବିକାଶରେ ଏକ ବଡ ଭୁମିକା ନେବ । ବିଭିନ୍ନ ଗରିବ କଲ୍ୟାଣ ଯୋଜନା ଯେପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏସବୁଥିରେ ଅର୍ଥ ବରାଦ ବଢିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love