ବଢ଼ିଲା ଆଶାକର୍ମୀଙ୍କ ଦରମା, ୪ ହଜାର ୫୦୦ ବଦଳରେ ମିଳିବ ୭ ହଜାର ଟଙ୍କା ଦରମା

ଆଶାକର୍ମୀଙ୍କ ପାରିଶ୍ରମିକ ବଢିବା ପରେ ବି ଅସନ୍ତୋଷ । ଆଶା କର୍ମୀଙ୍କ ଦରମା ୭ ହଜାରକୁ ବଢାଇଛନ୍ତି ରାଜ୍ୟ ସରକାର । ଏହାସହ ସେବା ନିବୃତ ପ୍ରୋତ୍ସାହନ ରାଶି ମଧ୍ୟ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗରୁ ମାସିକ ୪ ହଜାର ୫ଶହ ଟଙ୍କା ପାରିଶ୍ରମିକ ପାଉଥିବା ଆଶାକର୍ମୀ ଏଣିକି ୭ ହଜାର ଟଙ୍କା ପାଇବେ । ପାରିଶ୍ରମିକ ରାଶି ମାସିକ ଅଢେଇ ହଜାର ଟଙ୍କା ବଢାଇଛନ୍ତି ସରକାର । ଏହାଦ୍ୱାରା ୪୯ ହଜାର ୫୨୨ ଜଣ ଆଶାକର୍ମୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ରାଜକୋଷରୁ ବାର୍ଷିକ ୨୦୮ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର । ଆଗରୁ ୫୯ କୋଟି ୪୩ ଲକ୍ଷ କୋଟି ଖର୍ଚ୍ଚ ହେଉଥିଲା । ଏହାସହ ଆଶାକର୍ମୀଙ୍କ ସେବା ନିବୃତି ପ୍ରୋତ୍ସାହନ ରାଶି ପରିମାଣ ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏଥିପାଇଁ ୫୫ ଲକ୍ଷ ଟଙ୍କାରେ ବ୍ୟୟ ବହନ କରିବେ ରାଜ୍ୟ ସରକାର । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଶାକର୍ମୀ । ବର୍ଦ୍ଧିତ ଦରମା ୨୬ ହଜାର ଟଙ୍କା କରିବାକୁ ଦାବି କରିଛନ୍ତି କର୍ମୀ । ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ନୀରବଛିନ୍ନ ଭାବେ କାମ କରି ଆସୁଛନ୍ତି ଆଶାକର୍ମୀ । ନିଜ ଦରମା ବୃଦ୍ଧି ସହ ବିଭିନ୍ନ ଦାବି ନେଇ ଅନେକ ସମୟରେ ସେମାନେ ଧାରଣା ଓ ଅନ୍ଦୋଳନ କରିଥାନ୍ତି । ଫାଇଭ-ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଦାବୀ ଜଣାଇଥିଲେ ଆଶାକର୍ମୀଙ୍କ ସଂଘ ।

Spread the love