ଆଜି ମହାଶିବରାତ୍ରୀ: ଉପବାସ ରହିଲେ କଣ ହୁଏ ଉପକାର? ଧାର୍ମିକ ଦୃଷ୍ଟିକୋଣରୁ ଉପବାସର ରହିଛି ବିଶେଷତ୍ୱ

ଆଜି ପବିତ୍ର ମହରାଶିବରାତ୍ରୀ, ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପତି ହେଉଛି ଗଗନ ପବନ । ଚଳଚଂଚଳ ରାଜ୍ୟର ପ୍ରମୁଖ ଶୈବପୀଠ, ଉପବାସ ରଖି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ । ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର, ପୁରୀର ଲୋକନାଥ ମନ୍ଦିରରେ ଦେଖିବାକୁ ମିଳିଛି ପ୍ରବଳ ଜନସମାଗମ । ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତି ହୋଇଛି । ଶ୍ରୀକ୍ଷେତ୍ର ପୁରୀର ଲୋକନାଥ ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କୁ ଭିଡ଼, ଚଳିତବର୍ଷ ମହାଶିବରାତ୍ରୀରେ ଲୋକନାଥଙ୍କ ଗମ୍ଭୀରା ତଥା ଗର୍ଭଗୃହ ଦର୍ଶନ ବନ୍ଦ ରହିଛି, ଭିଆଇପି ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି । ରାତି ୨ଟା ପର୍ଯ୍ୟନ୍ତ ବିଭିନ୍ନ ନୀତିକାନ୍ତୀ ସମ୍ପାଦନ ହେବା ପରେ ୩ଟାରେ ହରିହର ଭେଟ ହେବ । ଶ୍ରୀମନ୍ଦିରରୁ ଲୋକନାଥଙ୍କ ଚଳନ୍ତି ପ୍ରତିମା ବିମାନରେ ପଂକ୍ତି ଭୋଗ ଖାଇ ମନ୍ଦିରକୁ ବିଜେ କରିବା ପରେ ମହାଦୀପ ଉଠିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ ସ୍ଥିର କରାଯାଇଛି । ସେପଟେ କଟକର ଧବଳେଶ୍ୱର ପୀଠରେ ରାତି ୪ଟାରୁ ପହଡ ଫିଟି ମହାସ୍ନାନ ପରେ କେତକୀ ଫୁଲରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଅପରାହ୍ନରେ ଚାରି ପ୍ରହର ପୂଜା ସରିବା ପରେ ବାବାଙ୍କ ପାଖରେ ମାଣ୍ଡୁଅ ଭୋଗ ଲାଗି ହେବ, ପରେ ରାତି ଗୋଟାଏରେ ମହାଦୀପ ଉଠିବା ପାଇଁ ନିଷ୍ପତି ହୋଇଛି । ରାଜ୍ୟର ସମସ୍ତ ପ୍ରମୁଖ ଶୈବପୀଠ ମାନଙ୍କରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଆଜି ମହାଶିବରାତ୍ରୀ । ଉପବାସ ରହିଲେ କଣ ହୁଏ ଉପକାର । ଧାର୍ମିକ ଦୃଷ୍ଟିକୋଣରୁ ଉପବାସର ରହିଛି ବିଶେଷତ୍ୱ । ଉପବାସ ଦ୍ୱାରା ସକଳ ପାପ ନାଶ ହେବାର ବିଶ୍ୱାସ ରହିଛି । ସେପଟେ ବୈଜ୍ଞାନିକ ଦୃଷ୍ଟିକୋଣରୁ ନିୟମିତ ବ୍ୟବଧାନରେ ଉପବାସ କଲେ ବଢ଼ିଥାଏ ରୋଗ ପ୍ରତିରୋଧକ ଶକ୍ତି ।
ଆଜି ଜାଗର
ଉପବାସରୁ ଉପକାର
– ଧାର୍ମିକ ଦୃଷ୍ଟିକୋଣରୁ ମହାଶିବରାତ୍ରୀରେ ଉପବାସର ବିଶେଷତ୍ୱ ରହିଛି
– ଶିବରାତ୍ରୀରେ ବ୍ରତ ଉପବାସ ଦ୍ୱାରା ସକଳ ପାପ ନାଶ ହୋଇଥାଏ
– ଉପବାସ ଦ୍ୱାରା ମହାପ୍ରଭୁଙ୍କ ସାନିଧ୍ୟ ଲାଭ ହୋଇଥାଏ
– ଉପବାସର ବୈଜ୍ଞାନିକ ବିଶେଷତ୍ୱ ମଧ୍ୟ ରହିଛି
– ଉପବାସ ଦ୍ୱାରା ମସ୍ତିଷ୍କର ସଂଚାଳନ ଠିକ୍ ରହିଥାଏ
– ଅର୍ଥାତ୍ ମସ୍ତିଷ୍କ ଯାହା କୁହେ, ତାହା ଶରୀରରେ ପ୍ରତିଫଳିତ ହୋଇଥାଏ
– ନିୟମିତ ବ୍ୟବଧାନରେ ଉପବାସ କଲେ ଶରୀରକୁ ଫାଇଦା ମିଳିଥାଏ
– କ୍ୟାନସର ସେଲ୍, ହୃଦଘାତଜନିତ ସମସ୍ୟା ହ୍ରାସ ପାଇଥାଏ
– ଉପବାସ ଦ୍ୱାରା ଷ୍ଟେମ ସେଲ୍ସ ବୃଦ୍ଧି ପାଇଥାଏ
– ପାକସ୍ଥଳୀକୁ ବିଶ୍ରାମ ଦେବା ପାଇଁ ଉପବାସ ଆବଶ୍ୟକ
– ଏହାଦ୍ୱାରା ଡାଇବେଟିସ ହେବାର ସମ୍ଭାବନା କମ୍ ରହିଥାଏ
– ନିୟମିତ ବ୍ୟବଧାନରେ ଉପବାସ କଲେ ଏସିଡିଟିର ସମ୍ଭାବନା କମ୍
– ଉପବାସ ପରେ ଆବଶ୍ୟକ ଅନୁସାରେ ସବୁକିଛି ଖାଇପାରିବେ
– ବିଶେଷକରି ପୁଷ୍ଟିସାରଜନିତ ଖାଦ୍ୟ ବା ଭାତ, ଡାଲି, କଂଚା କଦଳୀ, ଘିଅ ଖାଇପାରିବେ

Spread the love