ଆପଣଙ୍କ କେଶ ଝଡୁଛି କି? ତାହାଲେ ବ୍ୟବହାର କରନ୍ତୁ ଏଭଳି ଚମତ୍କାର ଫୁଲ…

ଶଶୀକଳା ପ୍ରଧାନ/11/03:  ନାରୀମାନଙ୍କ ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରେ କେଶ କିନ୍ତୁ ଏବେ ମହିଳାଙ୍କ ମୁଣ୍ଡରୁ କେଶ ଝଡିବା ଏକ ବ୍ୟାଧି ହୋଇଛି । ନାରୀମାନେ କେଶକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଥିଲେ ମଧ୍ୟ ଉପଶମ ପାଉନାହାନ୍ତି । ମହିଳାଙ୍କ କେଶ ସମସ୍ୟାର ଉପସମ ପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ଆପଣଙ୍କ ଲାଗି ଘରୋଇ ଉପାଚାର ଦ୍ୱାରା କେଶ ସମସ୍ୟା ଚୁଟକିରେ ଦୂର ହୋଇଯିବ । ଏଥିଲାଗି ପ୍ରତ୍ୟେକ ମହିଳାମାନେ କେଶ ସମସ୍ୟା ପାଇଁ “ସତ୍ୟଦ୍ରଷ୍ଟା”ର ଏହି ରିପୋର୍ଟକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ କେଶ ଝଡିବା ୮ ଦିନରେ ରୋକିପାରିବେ । ଆସନ୍ତୁ ଜାଣିବା—
ଆପଣଙ୍କ ବାଡିରେ ସଜନା ଶାଗ ଗଛ ନିଶ୍ଚିତ ଥିବ । ଏହି ଗଛ କେଶ ପାଇଁ ରାମବାଣ ସଦୃଶ । ସଜନା ଶାଗରେ ଅନେକ ପ୍ରକାରର ଭିଟାମିନ୍ ଏବଂ ଫାଇବର ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । କିନ୍ତୁ ଆପଣମାନେ ଫୁଲ ସମ୍ପର୍କରେ ଜାଣିନଥିବେ । ଫୁଲ ମଧ୍ୟ ଶାଗଠାରୁ କୌଣସି ଗୁଣ୍‌ରେ କମ୍ ନୁହେଁ । ସଜାନ ଫୁଲ କେଶ ଝଡିବାରୁ ରୋକିଥାଏ । ଏବେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଙ୍କି ମାରୁଥିବ ଯେ, କେମିତି ଏବଂ କିପରି ସଜନା ଫୁଲ ବ୍ୟବହାର କରି କେଶ ଝଡିବା ରୋକାଯିବ? ତେଣୁ ସର୍ବପ୍ରଥମେ ସଜନା ଫୁଲରୁ ଆମକୁ କେତେ ପରିମାଣରେ ଲାଭ ମିଳିବ ଏବଂ ତା’ପରେ ଆମେ ଏହାର ଉପକାରିତା ବିଷୟରେ ଜାଣିବା ।
କେଶ ପାଇଁ ସଜନା ଫୁଲ କିପରି ବ୍ୟବହାର କରିବେ:
-ତେଲରେ ସଜନା ଫୁଲ ପକାଇ ପ୍ରଥମେ ଏହାକୁ ଭଲଭାବେ ଫୁଟାନ୍ତୁ ଏବଂ ତା’ପରେ ଏହି ତେଲକୁ ମୁଣ୍ଡରେ ଲଗାନ୍ତୁ ଆଉ ଆପଣଙ୍କ କେଶକୁ ମାଲିସ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ କେଶରେ ରକ୍ତ ସଂଚାଳନ ତ୍ୱରାନ୍ୱିତ ହେବ ଏବଂ ଏହାକୁ ମୂଳରୁ ଶକ୍ତ କରିବ ଏବଂ କେଶ ଝଡିବାରୁ ରୋକିବ ।
-ସଜନା ଫୁଲକୁ ଗ୍ରାଇଣ୍ଡ କରନ୍ତୁ ଏବଂ ଏଥିରେ ଆଲୋଭେରା ମିଶାନ୍ତୁ । ମିଶିଗଲା ପରେ କେଶ ମୂଳରେ ମାଲିସ କରନ୍ତୁ । ଏହା କରିବା ଦ୍ୱାରା କେଶ ମଜଭୂତ ରହିବା ସହ କେଶ ଝଡିବା ବନ୍ଦ ହୋଇଥାଏ ।
-ମୋରିଙ୍ଗା ଥିଓସିୟାନେଟ୍ ଥାଏ ଯାହା କେଶର ରୋମକୁ ମଜବୁତ କରିଥାଏ ଏବଂ କେଶ ଝଡିବାକୁ ରୋକିଥାଏ । ଏହା ବ୍ୟତୀତ ଏହାର ଆଂଟିଅକ୍ସିଡାଂଟ କେଶରେ ରକ୍ତ ସଂଚାଳନକୁ ତ୍ୱରାନ୍ୱିତ କରିଥାଏ, ଯାହା କେଶର ସ୍ଥିତିକୁ ସୁଦୃଢ଼ କରିଥାଏ, କେଶକୁ ପୋଷଣ ଯୋଗାଇଥାଏ ଏବଂ ଭିତରୁ କେଶକୁ ମଜବୁତ କରିଥାଏ ।
ଏହା ବ୍ୟତୀତ, ଆପଣ ସଜନା ଫୁଲକୁ ପ୍ରାକୃତିକ କଣ୍ଡିସନର ଭାବରେ ମଧ୍ୟ ବ୍ୟବହାର କରିପାରିବେ । ଯାହା ନୂଆ କେଶର ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ । ଏହା ସହ ଆପଣ ମୋରିଙ୍ଗା ପାଉଡର ସହିତ ଚା ତିଆରି କରିପାରିବେ, ଆଉ ଏହାକୁ ପିଇବା ଦ୍ୱାରା କେଶ ଝଡିବାକୁ ରୋକିଥାଏ । ଏହା ବ୍ୟତୀତ ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭନାୟକ ଅଟେ । ତେଣୁ ଯଦି ଆପଣ ବର୍ତମାନ ପର୍ଯ୍ୟନ୍ତ ସଜନାଫୁଲ ବ୍ୟବହାର କରିନାହାନ୍ତି, ତେବେ ନିଶ୍ଚିତ ଭାବରେ ଥରେ ଚେଷ୍ଟା କରନ୍ତୁ ।
ଯଦି ଆପଣଙ୍କୁ ଏହି ଘରୋଇ ଉପାଚାର କରିବା ଦ୍ୱାରା ଲାଭପାଇବେ ତାହାଲେ କମେଂଟ ବକ୍ସରେ ନିଶ୍ଚିତ କମେଂଟ କରିବାକୁ ଅନୁରୋଧ ।

Spread the love