ଜଳପ୍ରପାତକୁ ଦେଖିବାକୁ ଯାଇ ଫସିଗଲେ ୮୫ ପର୍ଯ୍ୟଟକ

ଫସିଗଲେ ୮୫ ପର୍ଯ୍ୟଟକ । ଜଙ୍ଗଲରୁ ବାହାରି ପାରିଲେ ନାହିଁ ପର୍ଯ୍ୟଟକ । ଉଦ୍ଧାର କରିଲା ଉଦ୍ଧାରକାରୀ ଦଳ । ଏହି ଘଟଣାଟି ହେଉଛି ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାର ମୁଥୟାଲାଧାରରେ ।  ଏଠାରେ ସ୍ଥିତ ରାଜ୍ୟର ସବୁଠୁ ବଡ଼ ଜଳପ୍ରପାତ ଦେଖିବା ତଥା ଜଙ୍ଗଲକୁ ବୁଲିବା ପାଇଁ  ପର୍ଯ୍ୟଟକଙ୍କର ସବୁବେଳେ ଭିଡ ଲାଗି ଥାଏ  ଜଙ୍ଗଲ ବୁଲିବା ସହ ଝରଣାର ମଜା ନେବାକୁ ତଥା ପ୍ରାକୃତିକ ପରିବେଶକୁ ଉପଭୋଗ କରିବାକୁ  ୮୫ ପର୍ଯ୍ୟଟକ ସେଠାକୁ ଯାଇ ବୁଲୁ ବୁଲୁ ସେମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ ।  ସେତେବେଳେ  ଅତ୍ୟଧିକ ବର୍ଷା ବି ଆରମ୍ଭ ହୋଇଯାଇଥିଲା । ଅତ୍ୟଧିକ ବର୍ଷା ହେତୁ ରାସ୍ତାରେ ପାଣି ଚାଲିବାରୁ ସେମାନେ ଆଉ ଜଙ୍ଗଲରୁ ବାହାରି ପାରିଲେନି ଏବଂ ପର୍ଯ୍ୟଟକମାନଙ୍କୁ ଜଙ୍ଗଲ ମଧ୍ୟର ରାସ୍ତା ଦେଖା ଯାଉନଥିବରୁ ପର୍ଯ୍ୟଟକମାନେ ସେଠାରେ ଅଟକି ରହି ଗଲେ ।  ପରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ସମସ୍ତ ୮୫ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

Spread the love