ଏଡିଆର ରିପୋର୍ଟ : ବର୍ତ୍ତମାନର ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ କୋଟିପତି । ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ

ଦେଶର ୧୦୨ଟି ଲୋକସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆରମ୍ଭ ହୋଇଯାଇଛି ସାଧାରଣ ନିର୍ବାଚନ ପ୍ରକ୍ରିୟା । ଅବଶ୍ୟ ଓଡିଶାରେ ମେ’ ୧୩ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଏପ୍ରିଲ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । କିନ୍ତୁ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ ବା ଏଡିଆର ପ୍ରକାଶ କରିଛି ବର୍ତମାନର ବିଧାୟକଙ୍କ ସଂପତିର ବିବରଣୀ । ପୂର୍ବ ନିର୍ବାଚନ ସମୟରେ ବିଧାୟକମାନେ ନିର୍ବାଚନ କମିସନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠ ଆଧାରରେ ଏହି ବିବରଣୀ ପ୍ରକାଶ କରିଛି ଏଡିଆର ।

ରିପୋର୍ଟ ଅନୁସାରେ:

ରାଜ୍ୟରେ ସବୁଠାରୁ ଧନି ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୬୩ କୋଟି ଟଙ୍କାର ସମ୍ପତ୍ତିି ସହ ତାଲିକାର ଶୀର୍ଷରେ ରହିଛନ୍ତି ନବୀନ
୪୦ କୋଟି ଟଙ୍କାର ସମ୍ପତ୍ତିି ସହ ଦ୍ୱିତୀୟରେ ଅଛନ୍ତି ଝାରସୁଗୁଡା ବିଧାୟିକା ଦୀପାଳି ଦୀସ
ତୃତୀୟରେ ପାଟଣାଗଡ ବିଧାୟକ ସରୋଜ ମେହେର ଥିବାବେଳେ ତାଙ୍କ ସମ୍ପତ୍ତି ୩୧ କୋଟି
ବର୍ତ୍ତମାନର ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ ଜଣ କୋଟିପତି
ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ସମ୍ପତ୍ତିି ସବୁଠାରୁ କମ୍ ରହିଛି
ମାତ୍ର ୧୫ ହଜାର ଟଙ୍କାର ସମ୍ପତ୍ତିି ଥିବା ସତ୍ୟପାଠରେ ଦର୍ଶାଇଛନ୍ତି ମକରନ୍ଦ ମୁଦୁଲି
ବାର୍ଷିକ ସର୍ବାଧିକ ଆୟକାରୀ ବିଧାୟକ ହେଉଛନ୍ତି ଦୀପାଳି ଦାସ
ଝାରସୁଗୁଡା ବିଧାୟିକା ଦୀପାଳୀ ଦାସଙ୍କ ବାର୍ଷିକ ଆୟ ୫ କୋଟି ଟଙ୍କା
ବାରବାଟୀ-କଟକ ବିଧାୟକ ମୋକିମଙ୍କ ବାର୍ଷିକ ଆୟ ୪ କୋଟି ଓ ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କ ବାର୍ଷିକ ଆୟ ୧ କୋଟି
ଦୀପାଳିଙ୍କ ସମ୍ପତ୍ତିି ଦ୍ୱିତୀୟ ସର୍ବାଧିକ ହୋଇଥିବାବେଳେ ତାଙ୍କର ଋଣ ପରିମାଣ ସର୍ବାଧିକ
ଝାରସୁଗୁଡା ବିଧାୟିକା ଦୀପାଳି ଦାସଙ୍କ ଲାଏବିଲିଟି ବା ଋଣ ପରିମାଣ ୧୯ କୋଟି ଟଙ୍କା

Spread the love