ଟିକେଟ୍ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ପର୍ଶୁରାମ ଧଡ଼ା

ଭୁବନେଶ୍ୱର: ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା। ଟିକେଟ୍ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ବୁଧବାର ବିଜେଡି ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ୨୭ ବିଧାନସଭା ଆସନ ଏବଂ ୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ସୋରରୁ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ ଦେଇଛି।

ଇସ୍ତଫା ଦେବା ପରେ ପର୍ଶୁରାମ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ନିର୍ବାଚନ ନିଶ୍ଚିତ ଲଢ଼ିବି। ତେବେ ଦଳରୁ ଲଢ଼ିବି ନା ସ୍ୱାଧୀନ, ଲୋକଙ୍କ ସହ ପରାମର୍ଶ ପରେ ନିଷ୍ପତ୍ତି ନେବି। କିନ୍ତୁ ଟିକେଟ ନଦେବା ବିଜେଡି ପାଇଁ ମହଙ୍ଗା ପଡ଼ିବ କି ନା, ସମୟ କହିବ ବୋଲି ସେ କହିଛନ୍ତି।

Spread the love