ଇଲକ୍ଟ୍ରୋହୋମିଓପାଥିକର ସ୍ରଷ୍ଟା ଡ. କାଉଣ୍ଟ ସିଜର ମେଟ୍ଟିଙ୍କର ଜନ୍ମଦିନ

ଇଲକ୍ଟ୍ରୋହୋମିଓପାଥିକର ସ୍ରଷ୍ଟା ଡ. କାଉଣ୍ଟ ସିଜର ମେଟ୍ଟିଙ୍କର ଜନ୍ମଦିନ ଉପଲକ୍ଷେ ରାଜ୍ୟ ଇଲକ୍ଟ୍ରୋହୋମିଓପାଥିକ ଆସୋସିଏସନ୍ସ୍ (ଝଋଚଇ) ଓଡିଶା, ତରଫରୁ ଗୀତଗୋବିନ୍ଦ ଭବନ ଠାରେ ଏକ ଦିନକିଆ ଆଲୋଚନା ଚକ୍ର ଅନୁଷ୍ଟିତ ହେଉଛି । ଏ ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ଯଥା ଚିକିତ୍ସକ, ଶିକ୍ଷାବିତ୍, ବରିଷ୍ଟ ପଦାଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଟ ମନ୍ତ୍ରୀ ଯୋଗଦେଇଛନ୍ତି । ସେମାନଙ୍କ ମଧ୍ୟରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟଣ ତଥା ସୁଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅଥିତୀ ଭାବେ ଯେଗାଦେଇ ଆଲୋଚନ ଚକ୍ରକୁ ଉନ୍ମଚନ କରିଥିଲେ । ମୁଖ୍ୟବକ୍ତା ଭାବେ ଉଦ୍ଭିଦ ବିଜ୍ଞାନ ଗବେଷଣା କେନ୍ଦ୍ରର ବରିଷ୍ଠ ଗବେଷକ ଅସିତ ସାହୁ, ଏମସ୍ର ମେଡିକାଲ ସୁପରିଟେଣ୍ଡେଣ୍ଟ ଡ. ସଚ୍ଚିତାନନ୍ଦ ମହାନ୍ତି, କୈସ୍ତୁଭ୍ ଗ୍ରୁପ୍ର ଚେୟାରମ୍ୟାନ ପ୍ରଭାତ ମଲ୍ଲିକ ଓ ସାମ୍ବାଦିକ ମନୋରଞ୍ଜନ ମିଶ୍ର ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି କିପରି ଓଡିଶାରେ ଏହାର ବହୁଳ ପ୍ରସାର, ପ୍ରଚାର ତଥା ଚିକିତ୍ସା ଉପଲବ୍ଧ ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟତଃ ବର୍ତ୍ତମାନ ସମାଜରେ ଇଲକ୍ଟ୍ରୋହୋମିଓପାଥିକର ସଫଳ ଓ ଉପଯୋଗୀ ଚିକିତ୍ସା ଦ୍ୱାରା ରୋଗୀ ମାନେ କିପରି ସ୍ୱଳ୍ପ ଅର୍ଥ ଓ ଶିଘ୍ର ଆରୋଗ୍ୟ ହୋଇପାରିବେ ଏଥିପାଇଁ କେଉଁ ପଦକ୍ଷେପର ପ୍ରୟୋଜନ ଅଛି ତାହା ନିଶ୍ଚିତ ଭାବେ ଏକ ଆଲୋଚନାର ବିଷୟ । ତତ୍ ସଙ୍ଗେ ସଙ୍ଗେ ରାଜ୍ୟର ପ୍ରତିଟି ସହର ଓ ଗ୍ରାମର ଜନ ସାଧାରଣ ଏହି ଚିକିତ୍ସାର ଆଶୁ ସୁବିଧା ଓ ଚିକିତ୍ସା ସମ୍ବନ୍ଧୀୟ ଔଷଧ ଉପଲବ୍ଧ କରାଇପାରିବା ଅତ୍ୟନ୍ତ ଜରୁରି ବୋଲି ସଂଘର ସଭାପତି ଡ. ସରୋଜ କୁମାର ସାହୁ ଏଠାରେ ଆୟୋଜିତ ସାମ୍ବାଦିକ ସମୀଳନୀରେ ପ୍ରକାଶ କରିଛନ୍ତି ।

ଇଲକ୍ଟ୍ରୋହୋମିଓପାଥିକ ସମ୍ପର୍କରେ ଅଧିକ ବିବରଣୀ ଦେଇ ସେ କହିଲେ ଯେ ଆମେ ଜେ କୌଣସି ଚିକିତ୍ସା ଏଲୋପାଥିକ, ଆର‌୍ୟୁବେଦିକ୍ ଓ ହୋମିଓପାଥିକ ଏ ସମସ୍ତ ଚିକିତ୍ସା ଉବ୍ଦିଦ ଜଗତକୁ ଆଧାର କରି ଚିକିତ୍ସା ସମ୍ବନ୍ଧୀୟ ଔଷଧ ନିର୍ମିତ ହୋଇଥାଏ । ଭେଷଜ୍ ପଦ୍ଧତିରେ ଏଲୋପାଥିକ୍ ୪୦%, ହୋମିଓପାଥିକ ୬୦%, ଆର‌୍ୟୁବେଦିକ୍ ୭୫% ହୋଇଥିବା ବେଳେ ଇଲକ୍ଟ୍ରୋହୋମିଓପାଥିକ ପରିମାଣ ୧୦୦% । ଏହି ଔଷଧର ଜନକ ଡ. ସିଜର ମେଟ୍ଟି ୧୮୦୬ ମସିହାରେ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ । ଏବଂ ସେ ବହୁ କଷ୍ଟାସାଧ୍ୟ ସାଧନା ବଳରେ ୧୮୬୫ ମସିହାରେ ଏହି ଔଷଧକୁ ଉଦ୍ଭାବନ କରିଥିଲେ । ଏହାର ନାମ ଦେଇଥିଲେ ଇଲକ୍ଟ୍ରୋହୋମିଓପାଥି । ଏବଂ ତାଙ୍କର ପ୍ରଥମ ଆବିସ୍କୃତ ଔଷଧ ହେଉଛି ଆଣ୍ଟିସ୍କୋଫୋଲୋସୋ ନଂ -୧ । ଆମ ଭାରତରେ କର୍ଣ୍ଣାଟକର ମାଙ୍ଗୋଲର ଠାରେ ୧୮୮୫ ମସିହାରେ ଏହାର ପ୍ରଥମ ଇଲେକ୍ଟୋହୋମିଓପାଥି ଦାତବ୍ୟ କୁଷ୍ଟ ଚୀକିତ୍ସାଳୟ ପ୍ରତିଷ୍ଟା ହୋଇଥିଲା । ଏହାପରେ ୧୯୦୭ ଲକ୍ଷେ୍ନାଠାରେ ଚିକିତ୍ସା ମହାବିଦ୍ୟାଳୟ, ୧୯୧୧ କାନପୁର ଠାରେ ଭେଷଜ ପ୍ରତିଷ୍ଠାନ, ୧୯୮୦ ରେ ଜାତିସଂଘ ଏହି ଚିକିତ୍ସା ପଦ୍ଧତିକୁ ସାର୍ବଜନୀନ ମାନ୍ୟତା ପ୍ରଦାନ କରିଥିରେ । ପରବର୍ତ୍ତୀ ଅବସ୍ଥାରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱରେ ସମସ୍ତ ଦେଶରେ ପ୍ରୟୋଗ କରିବା ପାଇଁ ଅନୁମତି ପାଇଛି । ଏହାର ପରବର୍ତ୍ତୀ ଅବସ୍ଥାରେ ୧୯୯୧ ରେ ଦେଶର ଅଗ୍ରଣୀ ସଂସ୍ଥା ଏନ୍. ଇ. ଏଚ୍. ଏମକୁ ଏହି ପଦ୍ଧତିର ବିକାଶ, ଉନ୍ନତି, ଆବଶ୍ୟକ ଗବେଷଣା ଓ ଅନୁସନ୍ଧାନ ପାଇଁ ଅନୁମିତ ଦେଇଥିଲେ । ଏହା ପରଠାରୁ ଆମ ଦେଶର ବିଭିନ୍ନ ରାଜ୍ୟରେ ଏହାର ଉପଯୁକ୍ତ ଚିକିତ୍ସା •ଲିଆସୁଛି । ୨୦୧୮ ରେ ମଧ୍ୟ ରାଜସ୍ଥାନ ଏହି ଚିକିତ୍ସା ପଦ୍ଧତି ରାଜ୍ୟ ସରକାରଙ୍କ ସ୍ୱିକୃତିରେ ପାଇଅଛି । ଆମ ରାଜ୍ୟରେ ମଧ୍ୟ ଏହି ଚିକିତ୍ସା ପଦ୍ଧତି ସଫଳତାର ସହ •ଲୁଅଛି । ଆମେ ଆଶା କରୁଛୁ ଖୁବ୍ କମ୍ ଦିନରେ ଆମ ରାଜ୍ୟର ସବୁସ୍ତରରେ ଏହି ଚିକିତ୍ସା ସବୁ ବର୍ଗର ଲୋକଙ୍କ ପାଖରେ ଉପଲବ୍ଧ ହୋଇପାରିବ ।

ସଂଘର ସାଧାରଣ ସଂପାଦକ ଡ. ମନୋଜ କୁମାର ମହଲା ସ୍ୱଚନାଦେଇ କହିଲେ ଯେ, ଆମେ •ହୁଁଛୁ ଆମ ରାଜ୍ୟରେ ସମସ୍ତ ପ୍ରକାର ରୋଗୀ ଏହି ଚିକିତ୍ସା ପଦ୍ଧତିର ସୁଯୋଗ ନିଅନ୍ତୁ । ଏଥିପାଇଁ ଆମେ ସବୁ ପ୍ରକାର ବିଧି ବ୍ୟବସ୍ଥା ମଧ୍ୟ ଗ୍ରହଣ କରିସାରିଛୁ । କାରଣ ଏହା ଖୁବ୍ କମ୍ ସମୟ ମଧ୍ୟରେ ରୋଗୀକୁ ଆରୋଗ୍ୟ କରିଥାଏ । ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ନାହିଁ । ବିଶେଷ କରି ଆମେ କେତେ ଗୁଡିଏ ବିଶେଷ ରୋଗପ୍ରତି ଧ୍ୟାନ ଦେଇଥାଉ । ଯଥା ଶ୍ୱାସ, ଖାସ, ଆଣ୍ଠୁ, ଗଣ୍ଠି ବତା, ପକ୍ଷାଘାତ, କ୍ୟାନସର୍, ବୃକକ ଜନିତ ରୋଗ, ଥଣ୍ଡା, କାଶ, ଚର୍ମରୋଗ, ଗନେରିଆ, ସିଫିଲିସ୍, ସ୍ତ୍ରୀ ରୋଗ, ଶିଶୁରୋଗ, ଚକ୍ଷୁ, ଗଳା, ନାଶା ଓ କର୍ଣ୍ଣର ବିଭିନ୍ନ ପ୍ରକାର ରୋଗର ସଫଳ ଉପ•ାର ଆମର ବିଶେଷଜ୍ଞ ଡାକ୍ଟର ମାନଙ୍କ ଦ୍ୱାରା ଚିକିତ୍ସା କରାଯାଇଥାଏ । ରୋଗୀ ଖୁବ୍ କମ୍ ଦିନ କିମ୍ବା କମ୍ ସମୟ ମଧ୍ୟରେ ଆରୋଗ୍ୟ ହୋଇଥାନ୍ତି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଯେମିତି ରାଜସ୍ଥାନ ସରକାର ଏହାକୁ ତାଙ୍କ ରାଜ୍ୟରେ ସ୍ୱିକୃତି ପ୍ରଦାନ କରାଇଛନ୍ତି । ଆମ ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ଏହାକୁ ସ୍ୱୀକୃତି ଦେବା ସହ ସମସ୍ତ ସହଯୋଗ ସରକାରୀ ସ୍ତରରେ ଯୋଗଇଦେଲେ ଏହା ଆଗମୀ ଦିନରେ ଆମ ରାଜ୍ୟର ବୋହୁ ଲୋକ ସ୍ୱଳ୍ପ ବ୍ୟୟରେ ଚିକିତ୍ସା ପଦ୍ଧତିର ସୁଯୋଗ ପାଇପାରିବେ ।

Spread the love