ସେମିଳିଗୁଡା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରବୋଧ କୁମାରଙ୍କୁ ବିଦାୟ ସମ୍ବର୍ଦ୍ଧନା

ସେମିଳିଗୁଡା, ୨୭/୦୪: ସେମିଳିଗୁଡା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ପ୍ରବୋଧ କୁମାର ମଲ୍ଲିକଙ୍କ ଉଦ୍ଦେଶ୍ୟରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଏକ ବିଦାୟ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା । ସୂଚନାଥାଉ କି, ୨୦୨୧-୨୨ର ଓଡ଼ିଶା ଲୋକସଭା ଆୟୋଗଦ୍ୱାରା ସେ ୨୮୪ ର‌୍ୟାଙ୍କ ରଖି ଚୟନ ହୋଇଥିଲେ । ଅଧ୍ୟାପନା ବୃତ୍ତି ରୁ ନିବୃତ୍ତି ନେଇ ସେ ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ସହକାରୀ ଶ୍ରମ ଅଧିକାରୀଭାବେ ନିଯୁକ୍ତି ନେବାକୁ ଯାଉଛନ୍ତି । ଦିଲ୍ଲୀରେ ଥିବା ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ ସେ ନିଜର ଶିକ୍ଷାଗତ ଯୋଗ୍ୟତା ଏମ.ଏ, ଏମଫିଲ ସାରି ପିଏଚଡି ଜାରି ରଖିଛନ୍ତି।

ଜଣେ ଛାତ୍ର ବତ୍ସଳ ଅଧ୍ୟାପକଭାବରେ ରାଜନୀତି ବିଜ୍ଞାନ ବିଭାଗ ସମେତ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କ ବିଦାୟକାଳୀନ ସଭାରେ ଛାତ୍ରଛାତ୍ରୀମାନେ ଉଚ୍ଚପ୍ରଶଂସା କରିଥିବାସ୍ଥଳେ ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ତାଙ୍କ ବ୍ୟକ୍ତିତ୍ୱ ଉପରେ ଅଭିଭାଷଣ ରଖିଥିଲେ । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ରମାରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ଏବଂ ରାଜନୀତି ବିଜ୍ଞାନର ପ୍ରାଧ୍ୟ।ପିକା ଡ.ଝାନସୀ ସିଂହ ପରିଚାଳନା କରିଥିଲେ । ଡ.ଗୀତା ପଟ୍ଟନାୟକ, ନିରଞ୍ଜନ ପୋଢ଼, ଶୁଭ୍ରାଂଶୁ ଶେଖର ଦାସ, ଲଳିତାରାଣୀ ପ୍ରଧାନ, ବବିତା ମିଶ୍ର, ରତ୍ନାମଣୀ କହଁର, ରମେଶ କୁମାର ମଲ୍ଲିକ, ଦିଗେଶ୍ୱରୀ ଶିଖା, ସୁମିତ୍ରା ଗିରି, ଅମିତ କୁମାର ମିଶ୍ର ପ୍ରମୁଖଙ୍କ ସହ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହି ଏହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ରାଜନୀତି ବିଜ୍ଞାନର ବିଭାଗୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବୋଧ କୁମାର ମଲ୍ଲିକଙ୍କୁ ନେଇ ଏକ ଆବେଗିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ପ୍ରବୋଧ କୁମାର ମଲ୍ଲିକଙ୍କୁ ଉପଢ଼ୌକନ, ପୁଷ୍ପଗୁଚ୍ଛ ମୁମେଂଟୁ ଏବଂ ସଭା ଉପହାର ଅର୍ପଣ କରାଯାଇଥିଲା ।

Spread the love