୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ତାଲିକାରେ ୩ ଜଣଙ୍କ ନାମ ଘୋଷଣା କରାଯାଇଛି । ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବେଗୁନିଆରୁ ପ୍ରଦୀପ ସାହୁ ଓ ଭୋଗରାଇରୁ ଗୌ ତମବୁଦ୍ଧ ଦାସଙ୍କ ନାମ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଆଜି ୩ ବିଧାନସଭା ଆସନରୁ ୨ ଜଣ ବିଧାୟକଙ୍କ ନାମ କଟିଛି । ଭୋଗରାଇରୁ ବିଧାୟକ ଥିବା ଅନନ୍ତ ଦାସ ଓ ଖୋର୍ଦ୍ଧାରୁ ବିଧାୟକ ଥିବା ଜ୍ୟୋତିରିନ୍ଦ୍ରନାଥ ମିତ୍ର ଙ୍କୁ ବାଦ ଦିଆଯାଇଛି । ସେଠାରେ ନୂଆ ମୁହଁ ଦିଆଯାଇଛି । ବିଜେଡିର ଆଉ ୩ଟି ବିଧାନସଭା ଆସନ ପାଇଁ ନାମ ଘୋଷଣା ବାକି ରହିଛି । ଖଣ୍ଡପଡା, ନୀଳଗିରି ଓ କୋରେଇ ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ବିଜେଡି ।

Spread the love