ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଡ଼ିଗ୍ରୀ ଛୁଇଁଲା ତାତି

ଭୁବନେଶ୍ୱର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି।  ଆଜି  ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୬ ଡ଼ିଗ୍ରୀ ଛୁଇଁଛି ତାତି।  ବାଲେଶ୍ୱରର ତାପମାତ୍ରା ସର୍ବୋଚ୍ଚ ରହିଛ। ବାଲେଶ୍ୱରରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାଜଧାନୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡ଼ିଗ୍ରୀ ଅତିକ୍ରମ କରିଛି ତାତି। ଆଜି ବାଲେଶ୍ୱର ରେକର୍ଡ ହୋଇଥିବା ୪୬ ଡିଗ୍ରୀ ହେଉଛି ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ। ଏହା ପୂର୍ବରୁ ୨୦ ଅପ୍ରେଲ ୨୦୧୦ ରେ ୪୫ ଡ଼ିଗ୍ରୀ ରେକର୍ଡ ହୋଇଥିଲା ।

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା- ବାଲେଶ୍ୱର: ୪୬ ଡ଼ିଗ୍ରୀ, ଭୁବନେଶ୍ୱର: ୪୫.୪ ଡ଼ିଗ୍ରୀ, ଝାରସୁଗୁଡା: ୪୪.୨ ଡ଼ିଗ୍ରୀ, ଚାନ୍ଦବାଲି: ୪୩.୬ ଡ଼ିଗ୍ରୀ, ରାଉରକେଲା: ୪୩.୨ ଡ଼ିଗ୍ରୀ, ସମ୍ବଲପୁର: ୪୩.୨ ଡ଼ିଗ୍ରୀ, କେନ୍ଦୁଝର : ୪୩ ଡ଼ିଗ୍ରୀ, ପୁରୀ: ୩୫.୧ ଡ଼ିଗ୍ରୀ, ଗୋପାଳପୁର: ୩୩.୬ ଡ଼ିଗ୍ରୀ  ଓ ପାରାଦୀପ: ୩୩.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି।

Spread the love