ଢେଙ୍କାନାଳରେ ସନ୍ଦିଗ୍ଧ ହେଲିକପ୍ଟର ଅବତରଣ

ଢେଙ୍କାନାଳ:ପଡ଼ିଆରେ ହଠାତ ଅବତରଣ କଲା ହେଲିକପ୍ଟର । ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ ନେଇ ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ । ତେବେ ଘଟଣାସ୍ଥଳରେ ପୋଲିସ ଓ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍‌ ପହଂଚି ତଦନ୍ତ ଜାରି ରଖିଛନ୍ତି। ସୂଚନାରୁ ପ୍ରକାଶ ଆଜି ସକାଳୁ ଏକ ଧଳା ରଂଗର ହେଲିକପ୍ଟର ଢେଙ୍କାନାଳ ସ୍ଥିତ ମହିଷା ପାଟ ପଲ୍ଲିଶ୍ରୀ ପଡ଼ିଆରେ ଅବତରଣ କରିଛି। ଏହି ହେଲିକପ୍ଟରରେ ACE AIR SERVICE ଲେଖା ହୋଇଥିବାର ଜଣାପଡ଼ିଛି । ଏ ସଂକ୍ରାନ୍ତରେ ହେଲିକପ୍ଟରର ପାଇଲଙ୍କୁ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଆଗକୁ ନିର୍ବାଚନ ଥିବାରୁ ଭିଆଇପି ଷ୍ଟାର ପ୍ରଚାରକଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏୟାର ଟ୍ରାଫିକ୍ ସୁରକ୍ଷା ସହ ରାସ୍ତାଘାଟ ଯାଞ୍ଚ ପାଇଁ ଅସିଥାଇପାରେ ବୋଲି ଅନୁମାନ କରାଯାଉଛି ।

Spread the love