କନ୍ଧମାଳରେ ମିଳିଥିବା ଆଶୀର୍ବାଦ ମୁଁ ଭୁଲିବିନି : ମୋଦୀ

ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଭାମଞ୍ଚରେ  ଓଡିଆରେ ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ କହି ସମ୍ବୋଧନ ଆରମ୍ଭ କରିଛନ୍ତି । ବିଜୟ ସଂକଳ୍ପ ସମାବେଶରେ ମୋଦି କହିଛନ୍ତି ଯେ, ଶୁକ୍ରବାର ଭୁବନେଶ୍ୱରରେ ମୁଁ ରୋଡ ଶୋ କରିଥିଲି । ଯାହା ମୋ ପାଇଁ ବହୁତ ଅଦ୍ଭୁତ ଥିଲା ।ଏତେ ପରିମାଣର ଭିଡ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସମସ୍ତ ଆଶୀର୍ବାଦ ଏବଂ ଭଲପାଇବା ମୁଁ ସବୁବେଳେ କୃତଜ୍ଞ । କନ୍ଧମାଳରେ ଆଜି ମୋତେ ମିଳିଥିବା ଆଶୀର୍ବାଦ ମୁଁ ଭୁଲିବିନି । ସାରା ଦେଶରେ କିଭଳି ପରିବର୍ତ୍ତନ ଆସୁଛି ଏହା ତାର ଉଦାହରଣ । ଜଣେ ମା’ ଆସି ମୋତେ ସ୍ୱାଗତ ସଂବର୍ଦ୍ଧନା କଲେ । ମୁଁ ତାଙ୍କ ବିଷୟରେ ଜାଣିବା ପରେ ଭାବବିହ୍ୱଳ ହୋଇଗଲି । ସେ ମାଆ ଜଣକ ଭିକ୍ଷା ମାଗନ୍ତି ଏବଂ ସେ ସେହି ଭିକ୍ଷା ଟଙ୍କାରେ ଜଗନ୍ନାଥଙ୍କ ପାଇଁ ଦାନ କରିଛନ୍ତି । ଏହା ଦେଖିଲା ପରେ ଲାଗୁଛି ପୁରା ଓଡିଶାର ଆଶୀର୍ବାଦ ମୋ ସାଥିରେ ଅଛି । ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ମଧ୍ୟ ମୋତେ ଆଶୀର୍ବାଦ କଲେ । ୨ ମା’ ଆଜି ଆଶୀର୍ବାଦ କଲେ , କୋଟିକୋଟି ମା’ଙ୍କ ଆଶୀର୍ବାଦ ମିଳୁଛି ।

Spread the love