ହଠାତ ବଦଳିଲା ପାଗ : ୨ ମୃତ, ୨୩ ଆହତ

ଦିଲ୍ଲୀରେ ବଦଳିଲା ପାଗ । ତାଣ୍ଡବ ରଚିଲା ବର୍ଷା ଓ ପବନ । ବହୁ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିବା ବେଳେ ବହୁ ଘର ବି କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡ଼ିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଦିଲ୍ଲୀରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୩ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଗତ କିଛି ଦିନ ଧରି ରାଜଧାନୀରେ ଡହ ଡହ ଖରା ହେଉଥିବା ବେଳେ ଗତକାଲି ହଠାତ୍‌ ଝଡ଼ ଆରମ୍ଭ ହୋଇଗଲା । ରାଜଧାନୀରେ ଏହା ତାଣ୍ଡବ ରଚିବା ସହ ଲୋକଙ୍କୁ କଲବଲ କଲା । ୬୦ରୁ ୭୦ କିମି ବେଗରେ ପବନ ବହିଥିଲା । ଫଳରେ ବହୁ ବଡ଼ ବଡ଼ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା ।

Spread the love