ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ବିଭ୍ରାଟ

ପୁରୀ: ପୁରୀରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଚାପ ଖେଳ । ନରେନ୍ଦ୍ର ପୋଖରୀରେ ଏହି ଚାପ ଖେଳ ୨ ଦିନରେ ପହଞ୍ଚିଛି । ଜଗନ୍ନାଥ ସଂସ୍କୃତି ପରମ୍ପରା ବିଧି ଅନୁସାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନ ମଣିବିମାନରେ ବିଜେ ହୋଇ ନରେନ୍ଦ୍ର ପୋଖରୀରେ ଚାପ ଖେଳିଥିଲେ । ମହାପ୍ରଭୁଙ୍କ ସହ ଶ୍ରୀରାମ,ଶ୍ରୀକୃଷ୍ଣ,କପାଳମୋଚନ,ଲୋକନାଥ,ମାର୍କଣ୍ଡେଶ୍ୱର,ପଞ୍ଚ ମହାଦେବ ଶ୍ରୀ ଜାମ୍ବେଶ୍ୱର, ନୀଳକଣ୍ଠେଶ୍ୱର ଓ ଶ୍ରୀଦେବୀ,ଭୂଦେବୀ ମଧ୍ୟ ବିମାନ ଓ ପାଲିଙ୍କିରେ ବାହାରି ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚି ମହାପ୍ରଭୁଙ୍କ ସହ ନନ୍ଦା ଓ ଭଦ୍ରାରେ ବସି ଚାପ ଖେଳଥିଲେ । ନିତୀରେ ଅଧିକ ବିଳମ୍ବ କାରଣରରୁ ଉପୁଜିଛି ସମସ୍ୟା । ମହାପ୍ରଭୁ ଦିନରେ ଖେଳିବା ଚାପ ବିଳମ୍ବିତ ରାତିରେ ଖେଳିଛନ୍ତି । ଏମିତି ଲଗାତାର ଦୁଇଦିନ ହେବ ମହାପ୍ରଭୁ ଚାପ ଖେଳୁଛନ୍ତି । ଏ ଦିଗରେ ସେବାୟତ ବା ମନ୍ଦିର ପ୍ରଶାସନର କୌଣସି ଦୃଷ୍ଟି ଦେଉନଥିବା ନଜିର ରହିଛି । ଯଦ୍ୱାରା ମହାପ୍ରଭୁଙ୍କ ପହୁଡ ନୀତି, ବାହୁଡା ନୀତି ବିଳମ୍ବ ହେବା ସହ ଆଜି ଦ୍ୱାର ଫିଟା ନୀତିରେ ମଧ୍ୟ ବିଳମ୍ବ ହୋଇଛି । ପ୍ରାୟ ସବୁଦିନ ଅପେକ୍ଷା ଆଜି ଦ୍ୱାର ଫିଟା ନିତୀ ୨ ଘଣ୍ଟା ବିଳମ୍ବରେ ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ପରିଚାଳନା ନିୟମାନୁସାରେ ଅକ୍ଷୟ ତୃତୀୟାରେ ରାତି ୩ଟା ରେ ଦ୍ୱାର ଫିଟା ନୀତି, ସକାଳ ୭ଟାରେ ଗୋପାଳ ବଲ୍ଲଭ, ଅପରାହ୍ନ ସାଢେ ୩ରେ ବିମାନକୁ ଦିଅଁ ବିଜେ, ୪ଟାରେ ରଥ ଆଜ୍ଞାମାଳ ବିଜେ, ରାତି ୧୦ରେ ଚନ୍ଦନ ଠାକୁରଙ୍କ ବାହୁଡା ବିଜେ ଏବଂ ରାତି ୧୨ଟାରେ ପହୁଡ ବିଜେ ନୀତି ଅନୁଷ୍ଠିତ ହୋଇଥାଏ । କିନ୍ତୁ ପ୍ରଥମରୁ ଏଠି ଶ୍ରୀ ମନ୍ଦିର ପ୍ରଶାସନ ଢିଲା ମାରିଛନ୍ତି । ଚାପ ବିଳମ୍ବ ହେବା ସହ ରାତି ୧ ଟା ୨୫ରେ ଠାକୁର ଶ୍ରୀ ମନ୍ଦିର ବାହୁଡିଥିଲେ । ସାଢେ ତିନିଟାରେ ରାତି ପହୁଡ ହୋଇଥିଲା । ସେହିଭଳି ଜଣେ ସେବାୟତଙ୍କ କହିବା ଅନୁସାରେ, ଆଗରୁ ମହାପ୍ରଭୁଙ୍କ ଚାପଖେଳ ଦିନରେ ୪ଟାରୁ ୫ଟା ଭିତରେ ଶେଷ ହେଉଥିଲା । ପରବର୍ତ୍ତୀ ସମୟରେ ରାତିରେ ଚାପ ଖେଳୁ ଥିଲେ ମହାପ୍ରଭୁ । କିନ୍ତୁ ଏବେ ସେହି ପରମ୍ପରାକୁ ଭାଙ୍ଗି ଉଭୟ ଦିନ ଓ ରାତି ଚାପ ମହାପ୍ରଭୁ କେବଳ ରାତିରେ ଖେଳୁଛନ୍ତି ।

Spread the love