ଆପ୍‌ର ସବୁ ନେତାଙ୍କୁ ଧରି ବିଜେପି ମୁଖ୍ୟାଳୟ ଯିବେ କେଜ୍ରିୱାଲ

ନୂଆଦିଲ୍ଲୀ:   ଆକ୍ସନ ମୋଡ଼ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ  କେଜ୍ରିୱାଲ। ସ୍ୱାତୀ ମାଲିୱାଲଙ୍କୁ ମାରପିଟ୍ ମାମଲାରେ ଦିଲ୍ଲୀ ପୋଲିସ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିରଫ କରିଛି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ‘କାଲି ଠିକ୍ ୧୨ଟା ସମୟରେ ମୁଁ ସମସ୍ତ ଆପ୍‌ର ସମସ୍ତ ନେତାଙ୍କୁ ଧରି ବିଜେପି ମୁଖ୍ୟାଳୟ ଯିବି । ଆପଣଙ୍କୁ ଯାହାକୁ ଗିରଫ କରିବାର ଅଛି ସେହିଠାରୁ ଗିରଫ କରି ନେବ ।’ସେ କହିଛନ୍ତି, ଆପଣମାନେ ସମସ୍ତେ ଦେଖୁଛନ୍ତି କି କିପରି ଏମାନେ ଆମ୍ ଆଦମୀ ପାର୍ଟି ପଛରେ ପଡି ଯାଇଛନ୍ତି । ଏମାନେ ଆମ ନେତାଙ୍କୁ ଗୋଟିଏ ପରେ ଗୋଟିଏ ଜେଲ୍‌ରେ ଭର୍ତ୍ତି କରି ଚାଲିଛନ୍ତି । ଏମାନେ ମୋତେ ଜେଲ୍‌ରେ ଭର୍ତ୍ତି କଲେ, ମନୀଷ ସିସୋଦିଆଙ୍କୁ, ସତୈନ୍ଦ୍ର ଜୈନଙ୍କୁ, ସଞ୍ଜୟ ସିଂହଙ୍କୁ ଜେଲ୍‌ରେ ପୁରାଇ ଦେଲେ । ଆଜି ମୋ ପିଏଙ୍କୁ ଜେଲ୍‌ରେ ଭର୍ତ୍ତି କରି ଦେଇଛନ୍ତି । ଏବେ ସେମାନେ କହୁଛନ୍ତି ରାଘବ ଚଢାଙ୍କୁ ବି ଜେଲ୍‌ରେ ଭର୍ତ୍ତି କରିବେ ଯିଏକି ଏବେ ଏବେ ନିଜର ଚିକିତ୍ସା କରାଇ ଲଣ୍ଡନରୁ ଆସିଛନ୍ତି ।

ମୁଁ ଏବେ ଭାବୁଛି ଏମାନେ ଆମ ନେତାଙ୍କୁ କାହିଁକି ଜେଲ୍‌ରେ ଭର୍ତ୍ତି କରି ଦେଉଛନ୍ତି । ଆମର ଦୋଷ କ’ଣ । ଆମର ଦୋଷ ଏହା କି ଆମେ ଦିଲ୍ଲୀରେ ଗରିବ ପିଲାଙ୍କ ଲାଗି ଉତ୍ତମ ଶିକ୍ଷାର ବ୍ୟବସ୍ଥା କଲୁ ଓ ବଢିଆ ସରକାରୀ ସ୍କୁଲ ତିଆରି କଲୁ, ଆମର ଦୋଷ ଏହା କି ଆମେ ଦିଲ୍ଲୀରେ ଭଲ ସରକାରୀ ହସ୍ପିଟାଲ ତିଆରି କଲୁ, ଲୋକଙ୍‌କ ଲାଗି ମାଗଣାରେ ଔଷଧର ବ୍ୟବସ୍ଥା କରିଦେଲୁ, ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିଦେଲୁ , ଦିଲ୍ଲୀବାସୀଙ୍କ ଲାଗି ବିଜୁଳି ଫ୍ରି କରିଦେଲୁ ଯାହା ସେମାନେ କରିପାରିଲେ ନାହିଁ । କେଜ୍ରିୱାଲ କହିଛନ୍ତି ‘ପ୍ରଧାନମନ୍ତ୍ରୀଜୀ ଆପଣ ଏ ଜେଲ୍ –ଜେଲ୍ ଖେଳ ଖେଳି ବେଶ୍ ମଜା ପାଉଛନ୍ତି । କାଲି ୧୨ଟା ସମୟରେ ମୁଁ ଆପ୍‌ର ସମସ୍ତ ବଡ ନେତାଙ୍କୁ ଧରି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବି । ଯାହାଙ୍କୁ ଜେଲ୍‌ରେ ଭର୍ତ୍ତି କରିବାକୁ ଚାହୁଁଛ ଏକ ସଙ୍ଗେ ଭର୍ତ୍ତି କରିଦିଅ ।’

Spread the love