ସକାଳ ୯ଟା ସୁଦ୍ଧା ରାଜ୍ୟରେ ଭୋଟ୍ ହାର ୬.୯୯ ପ୍ରତିଶତ

ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ଏହି ପର୍ଯ୍ୟାୟରେ ରାଜ୍ୟର ୫ ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନ ପାଇଁ ଭୋଟରମାନେ ମତଦାନ କରୁଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୯ ଟା ସୁଦ୍ଧା ୬.୯୯ ପ୍ରତିଶତ ଭୋଟିଂ ହୋଇଛି।  ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୬.୯୯ ପ୍ରତିଶତ ମତଦାନ ହୋଇଛି। ଝାରସୁଗୁଡ଼ାରେ ସର୍ବାଧିକ ୯.୮୬ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨ ପ୍ରତିଶତ, ବରଗଡରେ ୯.୩୨ ପ୍ରତିଶତ, ବଲାଙ୍ଗୀରରେ ୫.୭୬ପ୍ରତିଶତ, କନ୍ଧମାଳରେ ୬.୭୯ ପ୍ରତିଶତ, ସୁନ୍ଦରଗଡରେ ୪.୮୯ ପ୍ରତିଶତ ମତଦାନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ୫ ଲୋକସଭା କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ଥିବାବେଳେ ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୫ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ମତଦାନ ପ୍ରକ୍ରିୟାରେ ୬୦ ହଜାରରୁ ଉଦ୍ଧ୍ୱର୍ ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ମତଦାନ ପାଇଁ ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ମୋଟ ୯୧୬୨ ମତଦାନ କେନ୍ଦ୍ର ରହିଛି। ସୁରକ୍ଷା

Spread the love