ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ଦ୍ଵିତୀୟ ପର୍ଯ୍ୟାୟରେ ଆହୁରି ଭଲ କରିବ ବିଜେଡି

ଭୁବନେଶ୍ୱର: ସୋମବାର ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ରାଜ୍ୟର ୫ଟି ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏହା ଅଧିନସ୍ଥ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଲୋକ ସେମାନଙ୍କ ନେତା ବାଛୁଛନ୍ତି। ସମସ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହେଉଥିବା ବେଳେ ପାଗ ଅନୁକୂଳ ଥିବାରୁ ଲୋକଙ୍କ ଲମ୍ବା ଲାଇନ ଲାଗିଛି। ସେପଟେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ବିଜେଡି ଆହୁରି ଭଲ ପଦର୍ଶନ କରିବ ବୋଲି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦୃଢକ୍ତି ପ୍ରକାଶ କରିଛନ୍ତି।

ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଖବର ସରବରାହ ସଂସ୍ଥା ଏନଏନଆଇକୁ ସୂଚନା ଦେଇ କହିଛନ୍ତି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ କରିବ। ବିଜେଡି ସରକାରଙ୍କ କାମ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଆଶାତୀତ ସଫଳତା ଲାଭ କରିବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବି ବିଜେଡି ସୁଇପ କରିବ।

Spread the love