ଆସୁଛନ୍ତି ଶାହା: ବିଭିନ୍ନ ସ୍ଥାନରେ କରିବେ ପ୍ରଚାର

ପୁଣି ଆସୁଛନ୍ତି ଶାହ । ସକାଳୁ ସମ୍ବଲପୁର ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ ଶାହ । ଓଡ଼ିଶା ଗସ୍ତ ବେଳେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର ପରେ କେନ୍ଦୁଝର ଧରଣୀଧର ମେଡିକାଲ୍ କଲେଜ୍ ସମ୍ମୁଖ ପଡିଆରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।  ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଏହି କାର୍ଯ୍ୟକ୍ରମରେ ସଦର ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସହିତ, ଆଖପାଖ ଅଞ୍ଚଳର ପାଖାପାଖି ୫୦ହଜାର ଲୋକ ଯୋଗଦେବେ।  ଏହାପରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକର ବାଟ ଗାଁ ସ୍କୁଲ ପଡିଆରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଶେଷରେ ନୟାଗଡ଼ରେ ସାଧାରଣସଭାରେ ଯୋଗ ଦେବେ ଶାହ ।

Spread the love