ସରକାର ଗଠନ ପାଇଁ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଆଲାଇନ୍ସ (ଏନଡିଏ) ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ମୋଦିଙ୍କୁ  ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି।

ବିଜେପି ନେତୃତ୍ୱାଧୀନ ଏନଡିଏର ନେତା ନିର୍ବାଚିତ ହେବା ପରେ ଆଜି ମୋଦି ସନ୍ଧ୍ୟାରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଥିଲେ। ଏହି ସମୟରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ଜୁନ୍ ୯ ସନ୍ଧ୍ୟା ୬ଟାରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏହା ସହିତ ମୋଦୀଙ୍କ ୩.୦ ସରକାର ଗଠନ ହେବ। ଚଳିତ ନିର୍ବାଚନରେ ଏନଡିଏ ୨୯୩ ଟି ସିଟ୍ ସହିତ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଆଜି ସଂସଦର ସେଣ୍ଟ୍ରାଲ ହଲରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସର ସଂସଦୀୟ ଦଳ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ମୋଦୀ ଏନଡିଏର ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।

Spread the love