ଏଲନ୍ ମସ୍କଙ୍କ ପରେ ଇଭିଏମ ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୩ ଟି ଆସନ ଜିତିଥିବାବେଳେ ଇଣ୍ଡିଆ ମେଣ୍ଟ ୨୩୨ ଆସନ ଜିତିଥିଲା। ଗତ କିଛି ବର୍ଷ ମଧ୍ୟରେ, ପ୍ରତ୍ୟେକ ନିର୍ବାଚନ ପରେ ଇଭିଏମ୍ ହ୍ୟାକିଂ ପ୍ରସଙ୍ଗ ନିଶ୍ଚିତ ଭାବେ ଉଠିଥାଏ, କିନ୍ତୁ ଏଥର ନିର୍ବାଚନ ଫଳାଫଳ ଘୋଷଣା ପରେ କେହି ଇଭିଏମ୍ ପ୍ରସଙ୍ଗ ଉଠାଇ ନାହାଁନ୍ତି। ତେବେ ବର୍ତ୍ତମାନ ଏହି ପ୍ରସଙ୍ଗ ପୁଣିଥରେ ଆଲୋଚନାକୁ ଆସିଛି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇଭିଏମ୍ ମାନଙ୍କୁ ବ୍ଲାକ୍ବାକ୍ସ ବୋଲି କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ଏଲନ୍ ମସ୍କଙ୍କ ବିବୃତ୍ତି ପରେ ସାମ୍ନାକୁ ଆସିଛି ଯେଉଁଥିରେ ସେ ହ୍ୟାକ୍ ବିପଦକୁ ଦର୍ଶାଇ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଯଥା ଇଭିଏମ୍ ମାଧ୍ୟମରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ନକରିବାକୁ ପରାମର୍ଶ ଦେଇଛନ୍ତି। ଶନିବାର ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେସ୍ ଏକ୍ସର ସିଇଓ ଏଲ୍ନ ମସ୍କ ଇଭିଏମ୍କୁ ନେଇ ଏକ ଚକିତ କଲା ଭଳି କରିଛନ୍ତି।
Puerto Rico’s primary elections just experienced hundreds of voting irregularities related to electronic voting machines, according to the Associated Press.
Luckily, there was a paper trail so the problem was identified and vote tallies corrected.
What happens in jurisdictions…
— Robert F. Kennedy Jr (@RobertKennedyJr) June 15, 2024
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ଇଭିଏମ୍ ମେସିନ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇଭିଏମ୍କୁ ହ୍ୟାକ୍ କରାଯାଇପାରେ। ତେଣୁ ଏହାକୁ ହଟାଇବା ଜରୁରୀ। ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଇଭିଏମ୍କୁ ହ୍ୟାକ୍ କରାଯାଇପାରେ ବୋଲି ସେ କହିଛନ୍ତି। ଏଥିସହ ଆମେରିକା ନିର୍ବାଚନରେ ଇଭିଏମ୍କୁ ହଟାଇବାକୁ ଦାବି କରିଛନ୍ତି।