ଆମରଣ ଅନଶନ କରୁଥିବା ଦିଲ୍ଲୀ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା

ନୂଆଦିଲ୍ଲୀ: ହରିୟାଣା ସରକାର ଦିଲ୍ଲୀ ଭାଗ ପାଣି ଛାଡ଼ିବା ଦାବିରେ ଆମରଣ ଅନଶନ କରୁଥିବା ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ସେ ଆରମ୍ଭ କରିଥିବା ଅନଶନ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଆଜି ୪ର୍ଥ ଦିନରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ (ଏଲଏନଜେପି) ହସ୍ପିଟାଲର ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିଛନ୍ତି। ଯାଞ୍ଚ ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିବା ଜଣାପଡ଼ିଛି। ତେଣୁ ଆତିଶୀଙ୍କୁ ସେମାନେ ତୁରନ୍ତ ହସ୍ପିଟାଲରେ ଆଡମିଟ ହେବାକୁ ପରାମର୍ଶ ଦେଇଛନ୍ତି।

Spread the love