ରାଜ୍ୟ ସଭାପତି ସୁଇଟି ସାହୁଙ୍କ ନେତୃତ୍ୱରେ ଓଡ଼ିଶା କିନ୍ନର ସମାଜର ସମସ୍ତ ଜିଲ୍ଲାର ସଭାପତି ଓ ସାଥୀ ବିଜେପିରେ ଯୋଗ ଦେଲେ

ଭୁବନେଶ୍ୱର, ତା.୦୧/୦୭: ଭାରତୀୟ ଜନସଂଘ ଅମଳରୁ ସମାଜର ମୁଖ୍ୟ ସ୍ରୋତରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ଥିଲା ଭାରତୀୟ ପାର୍ଟିର ପ୍ରତିବଦ୍ଧତା । ପରବର୍ତୀ ସମୟରେ “ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ” କୁ ମୁଳମନ୍ତ୍ର କରି ମୋଦି ସରକାର ଦେଶରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ସମାଜର ସବୁ ବର୍ଗର ଉତ୍‌ଥାନ ପାଇଁ ମୋଦି ସରକାର ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରାଇଛନ୍ତି । ଶୋଷିତ, ଦଳିତ, ଅବହେଳିତ, ବଂଚିତ ବର୍ଗକୁ ସମାଜର ମୁଖ୍ୟସ୍ରୋତରେ ଆଣିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ସମାଜର ସବୁ ବର୍ଗ ଆଜି ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି । ଭାରତୀୟ ଜନତା ପାର୍ଟୀ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ରାଜ୍ୟ କିନ୍ନର ସମାଜର ହଜାର ହଜାର କିନ୍ନର ସାଥୀ ବିଜେପିରେ ସାମିଲ ହୋଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ସୁଇଟି ସାହୁଙ୍କ ନେତୃତ୍ୱରେ ଓଡ଼ିଶା କିନ୍ନର ସମାଜର ସମସ୍ତ ଜିଲ୍ଲାର ସଭାପତି ଓ ସାଥୀ ବିଜେପିରେ ଯୋଗ ଦେଇଛନ୍ତି । ଅନୁଗୁଳ ଜିଲ୍ଲା ସଭାପତି ପ୍ରିୟା, ବାଲେଶ୍ୱର ଜିଲ୍ଲା ସଭାପତି ପ୍ରିୟା, କେନ୍ଦୁଝର ଜିଲ୍ଲା ସଭାପତି ପ୍ରାଚୀ, ଯାଜପୁର ଜିଲ୍ଲା ସଭାପତି ସୁନିତା, ବରଗଡ ଜିଲ୍ଲା ସଭାପତି ମେହେନ୍ଦି, କେନ୍ଦ୍ରାପଡା ଜିଲ୍ଲା ସଭାପତି ଏଲିନା, ବୌଦ୍ଧ ଜିଲ୍ଲା ସଭାପତି ମିନୁ, କଟକ ଜିଲ୍ଲା ସଭାପତି ଶୀତଲ, ଦେବଗଡ ଜିଲ୍ଲା ସଭାପତି ଲିଟୁ, ଢ଼େଙ୍କାନାଳ ଜିଲ୍ଲା ସଭାପତି ଦେବଯାନୀ, ଗଜପତି ଜିଲ୍ଲା ସଭାପତି ମଧୁ ବରାଡ, ଗଞ୍ଜାମ ଜିଲ୍ଲା ସଭାପତି ଶିବାନୀ, କନ୍ଧମାଳ ଜିଲ୍ଲା ସଭାପତି ରୀନା, ଜଗତସିଂହପୁର ଜିଲ୍ଲା ସଭାପତି ମାମା, ନୟାଗଡ ଜିଲ୍ଲା ସଭାପତି ଚୁମକୀ, ରାୟଗଡା ଜିଲ୍ଲା ସଭାପତି ପିଙ୍କି, ସୁନ୍ଦରଗଡ ଜିଲ୍ଲା ସଭାପତି ଲକ୍ଷ୍ମୀ, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ସୋନମ, ସମ୍ବଲପୁର ଜିଲ୍ଲା ସଭାପତି ବିଦ୍ୟା, ପୁରୀ ଜିଲ୍ଲା ସଭାପତି ଦିବ୍ୟା, ନବରଙ୍ଗପୁର ଜିଲ୍ଲା ସଭାପତି ଦେବୁଲିନା, ମୟୂରଭଞ୍ଜ ଜିଲ୍ଲା ସଭାପତି ଚୁମକୀ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁଧା, ମାଲକାନଗିରି ଦୁର୍ଗା, ଚିନ୍ମୟୀ ବେହେରାଙ୍କ ନେତୃତ୍ୱରେ ହଜାର ହଜାର କିନ୍ନର ସାଥୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି କଟକ ଜିଲ୍ଲାର ଉର୍ମିଳା ନର୍ସିଂହୋମ୍‌ର ମାଲିକ ଅଭୟ କୁମାର ଦାସ ଓ ଭୁବନେଶ୍ୱର ସ୍ଥିତ ଡମଣା ଅଂଚଳର ମହିଳା ସଭାନେତ୍ରୀ ପ୍ରୀତିସ୍ମିତା ରାଉତରାୟ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ଉତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ବରିଷ୍ଠ ସାଥୀ ମେନକା କିନ୍ନର ଉପସ୍ଥିତ ଥିଲେ ।

Spread the love