ୟୁରିକ୍‌ ଏସିଡ୍‌ ରୋଗୀ ବର୍ଷା ଋତୁରେ ଖାଆନ୍ତୁ ନାହିଁ ଏହି ଜିନିଷ, ଏବେ ହିଁ ଚେଞ୍ଚ କରନ୍ତୁ ଡାଏଟ୍‌ ପ୍ଲାନ୍‌

ଆଜିକାଲି, ଡାଇବେଟିସ୍‌ ସହିତ, ୟୁରିକ୍ ଏସିଡ୍ ସମସ୍ୟା ମଧ୍ୟ ଦ୍ରୁତ ଗତିରେ ବଢିଚାଲିଛି । ତେବେ ଆମ ସମସ୍ତଙ୍କ ଶରୀରରେ ୟୁରିକ୍ ଏସିଡ୍ ମିଳିଥାଏ । ଏହା ଅନେକ ଖାଦ୍ୟ ପଦାର୍ଥରେ ମଧ୍ୟ ମିଳିଥାଏ । ତଥାପି, କିଡନୀ ଏହାକୁ ଫିଲ୍ଟର୍ କରେ କିନ୍ତୁ ଯେତେବେଳେ ଏହାର ପରିମାଣ ଶରୀରରେ ଅତ୍ୟଧିକ ହୋଇଯାଏ ସେତେବେଳେ କିଡନୀ ଏହାକୁ ଫିଲ୍ଟର୍ କରିବାରେ ସକ୍ଷମ ହୁଏ ନାହିଁ । ଯେଉଁ କାରଣରୁ ଏହା ଶରୀରରେ ଜମା ହେବା ଆରମ୍ଭ କରେ ଏବଂ ଧୀରେ ଧୀରେ ଗଣ୍ଠି ସମସ୍ୟା ଆରମ୍ଭ ହୁଏ ।

ଯଦି ଏହା ଠିକ୍ ସମୟରେ ନିୟନ୍ତ୍ରିତ ହୋଇନଥାଏ, ତେବେ ଭବିଷ୍ୟତରେ ହାଡ ସହ ଜଡିତ ଅନେକ ସମସ୍ୟା ଏବଂ ରୋଗ ହୋଇପାରେ । ଏପରି ପରିସ୍ଥିତିରେ, ଏହାକୁ ନିୟନ୍ତ୍ରଣ କରିବା ପାଇଁ, ଆପଣ ସେହି ଖାଦ୍ୟ ପଦାର୍ଥର ଗ୍ରହଣକୁ କମ୍‌ କରିବା ଜରୁରୀ ହୋଇଥାଏ, ଯେଉଁଥିରେ ପ୍ୟୁରିନ୍ ଅଧିକ ମିଳିଥାଏ । କେତେକ ପନିପରିବା ଅଛି ଯେଉଁଥିରେ ଅଧିକ ପ୍ୟୁରିନ୍ ଥାଏ, ଯାହାକି ୟୁରିକ୍ ଏସିଡ୍ ପରିମାଣ ବଢାଇପାରେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏପରି ସବୁ ପରିବା ବିଷୟରେ ଜଣାଇବୁ ଯାହାକୁ ବର୍ଷା ଋତୁରେ ଖାଇବା ୟୁରିକ୍‌ ଏସିଡ ରୋଗୀଙ୍କ ପାଇଁ ଖରାପ ହୋଇଥାଏ ।

ଏହି ପନିପରିବା ଖାଆନ୍ତୁ ନାହିଁ :
ପାଳଙ୍ଗ: ଯେଉଁମାନେ ୟୁରିକ୍ ଏସିଡ୍ ରୋଗୀ ସେମାନଙ୍କ ପାଇଁ ପାଳଙ୍ଗ ଖାଇବା ମଧ୍ୟ ଭଲ ନୁହେଁ । ପାଳଙ୍ଗରେ ଉଭୟ ପ୍ରୋଟିନ୍ ଏବଂ ପ୍ୟୁରିନ୍ ଥାଏ ଯାହା ୟୁରିକ୍ ଏସିଡ୍ ଲେବଲକୁ ବଢାଇପାରେ ।

ଶୁଖିଲା ମଟର : ବର୍ଷାରେ ଶୁଖିଲା ମଟର ଖାଇବା ଉଚିତ ନାହିଁ, କାରଣ ଏହା ୟୁରିକ୍ ଏସିଡ୍ ଲେବଲକୁ ଆହୁରି ବଢାଇପାରେ । ଶୁଖିଲା ମଟରରେ ପ୍ୟୁରିନ୍ ମିଳିଥାଏ, ଯାହା ୟୁରିକ୍ ଏସିଡ୍ ବଢାଇବାରେ କାମ କରେ ।

ବାଇଗଣ : ବାଇଗଣରେ ପ୍ୟୁରିନ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ କେବଳ ଫୁଲା ହୁଏ ନାହିଁ ବରଂ ଚେହେରାରେ କୁଣ୍ଡେଇ ମଧ୍ୟ ହୋଇପାରେ ।

ବିନ୍ସ : ବିନ୍ସ ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ଲେବଲ ବଢିପାରେ । ଏହା ସହ ଯେଇଁମାନଙ୍କ ଏସିଡିଟି ସମସ୍ୟା ରହିଛି, ସେମାନେ ବିନ୍ସ ଖାଇବା ଉଚିତ ନୁହେଁ ।

ମଶରୁମ୍ ଏବଂ ସାରୁ : ମଶରୁମ୍ ଏବଂ ସାରୁରେ ଅଧିକ ପରିମାଣରେ ପ୍ୟୁରିନ୍ ଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରରେ ୟୁରିକ୍ ଏସିଡ୍ ପରିମାଣ ବଢିପାରେ । ଏପରି ଭାବେ ବର୍ଷା ଋତୁରେ ଆପଣ ଏହି ସବୁ ପନିପରିବା ଖାଇବା ଠାରୁ ଦୂରେଇ ରହିବା ଉଚିତ । ଯାହାଫଳରେ ଶରୀରରେ ୟୁରିକ୍‌ ଏସିଡ୍‌ ଲେବଲ ବଢିବ ନାହିଁ ।

Spread the love