ବର୍ଷା ଦିନରେ ଏହି ଉପାୟରେ ଶୁଖାନ୍ତୁ ଡ୍ରେସ୍‌, ହେବ ନାହିଁ ଦୁର୍ଗନ୍ଧ

ସମସ୍ତେ ଚାହାଁନ୍ତି ଯେ ବର୍ଷା ଋତୁରେ ସେମାନଙ୍କ ଡ୍ରେସ୍‌ ଖରାପ ଗନ୍ଧ ନହେବା ଉଚିତ୍ ଏବଂ ଭଲ ବାସିବା ଉଚିତ୍ । ବିଶେଷକରି, ଯେତେବେଳେ ଲଗାତାର ବର୍ଷା ହୁଏ ଡ୍ରେସ୍‌ ଶୁଖେନାହିଁ । ଯେଉଁ କାରଣରୁ କପଡା ଖରାପ ଗନ୍ଧ କରିବା ଆରମ୍ଭ କରେ । ବର୍ଷା ପାଗରେ ସମସ୍ତ ସ୍ଥାନ ଓଦା ରହିବା ଯୋଗୁ, ଡ୍ରେସ୍‌ ସାମାନ୍ୟ ଓଦା ଲାଗେ ଏବଂ ଯଦି ଆପଣ ଏହିପରି ଡ୍ରେସ୍‌କୁ ଆଲମାରୀରେ ରଖନ୍ତି । ତେବେ ସେହି ଡ୍ରେସ୍‌ ଗନ୍ଧ ହେବା ଆରମ୍ଭ କରେ । ଏପରି ପରିସ୍ଥିତିରେ ଡ୍ରେସ୍‌କୁ ସଫା ଏବଂ ସତେଜ ରଖିବା ଅସମ୍ଭବ ହୋଇଯାଏ । ସେଥିପାଇଁ ଆମେ ଆଜି ଆପଣଙ୍କ ଏହି ବିଷୟରେ କିଛି ଭଲ ଟିପ୍ସ ଦେବୁ, ଯାହାକୁ ଫଲୋ କରି ଆପଣ ନିଜ ଡ୍ରେସ୍‌କୁ ଗନ୍ଧ ହେବାରୁ ରକ୍ଷା କରିପାରିବେ ।

ଏହି ଉପାୟରେ ଡ୍ରେସ୍‌ ଶୀଘ୍ର ଶୁଖିଯିବ :
ଖରା ଆସିବା ପରେ ତୁରନ୍ତ ଡ୍ରେସ୍‌କୁ ବାହାରେ ଶୁଖାନ୍ତୁ : ସୂର୍ଯ୍ୟକିରଣରେ ଡ୍ରେସ୍‌ ଅତି ଶୀଘ୍ର ଶୁଖିଯାଏ । ତେଣୁ ଯେତେବେଳେ ବି ଦେଖିବେ ଖରା ହେଉଛି ତୁରନ୍ତ ଡ୍ରେସ୍‌ ଶୁଖାଇ ଦିଅନ୍ତୁ । ତେବେ ସୂର୍ଯ୍ୟ କିରଣ ଏବଂ ପବନ କେବଳ ଡ୍ରେସ୍‌ ଶୁଖାଇବାରେ ସାହାଯ୍ୟ କରେ ନାହିଁ ବରଂ ସେମାନଙ୍କଠାରୁ ଦୁର୍ଗନ୍ଧ ମଧ୍ୟ ଦୂର କରିଥାଏ ।

ପୋଷାକକୁ ଭଲ ଭାବରେ ଚିପୁଡି ଦିଅନ୍ତୁ : ଡ୍ରେସ୍‌ ଧୋଇବା ପରେ, ଭଲଭାବେ ଚିପୁଡିବା ଉଚିତ । ତେବେ ଡ୍ରେସ୍‌ ଗୁଡିକରେ ଅଧିକ ପାଣି ରହିବା ଦ୍ୱାରା ଡ୍ରେସ୍‌ ଶୀଘ୍ର ଶୁଖେ ନାହିଁ । ସେଥିପାଇଁ ଡ୍ରେସ୍‌କୁ ଭଲ ଭାବେ ଚିପୁଡି ଦେବା ଦ୍ୱାରା, ଡ୍ରେସ୍‌ଟି ଭଲ ଭାବେ ଶୁଖିଯିବ ।

ଓଦା ଡ୍ରେସ୍‌କୁ ଫ୍ୟାନ୍‌ ତଳେ ଶୁଖନ୍ତୁ : ଭଲ ଭେଣ୍ଟିଲେସନ୍ ଥିବା ସ୍ଥାନରେ ଡ୍ରେସ୍‌ ଶୁଖାନ୍ତୁ । ପବନ ସହିତ ମଧ୍ୟ ଡ୍ରେସ୍‌ ଶୀଘ୍ର ଶୁଖିଯିବ । ଯଦି ଆପଣ ନିଜ ଡ୍ରେସ୍‌କୁ ଘର ଭିତରେ ଶୁଖାଉଛନ୍ତି, ତେବେ ଏହାକୁ ଏକ ଫ୍ୟାନ୍ ତଳେ ଶୁଖାନ୍ତୁ । ଏହା ବାୟୁରେ ଡ୍ରେସ୍‌ ଶୀଘ୍ର ଶୁଖିଯିବ ।

ଏହି ଉପାୟରେ ଡ୍ରେସ୍‌ରୁ ଗନ୍ଧ ଦୂର ହେବ :
ଓଦା ଡ୍ରେସ୍‌ ଗୋଟିଏ ସ୍ଥାନରେ ଗଦା କରନ୍ତୁ ନାହିଁ : ଆପଣଙ୍କର ଡ୍ରେସ୍‌କୁ ଅଧିକ ସମୟ ଓଦା ରଖନ୍ତୁ ନାହିଁ । ଆହୁରି ମଧ୍ୟ ଓଦା ଡ୍ରେସ୍‌କୁ ଏକାଠି ଗଦା କରନ୍ତୁ ନାହିଁ । କାରଣ ଏହା ଦ୍ୱାରା ଡ୍ରେସ୍‌ ଖରାପ ଗନ୍ଧ ମଧ୍ୟ କରିପାରେ ।

ଡ୍ରେସ୍‌କୁ ରଖିବା ପୂର୍ବରୁ ଭଲ ଭାବରେ ଶୁଖିବାକୁ ଦିଅନ୍ତୁ : ଡ୍ରେସ୍‌ ଯଦି ସାମାନ୍ୟ ଓଦା ରହିବ, ତେବେ ଏହାକୁ ଆଲମାରୀରେ ରଖନ୍ତୁ ନାହିଁ । ଡ୍ରେସ୍‌ଗୁଡିକକୁ ସମ୍ପୂର୍ଣ୍ଣ ଶୁଖିଯିବା ପରେ ଆଲମାରୀରେ ରଖନ୍ତୁ । ନଚେତ୍ ଡ୍ରେସ୍‌ ଭୟଙ୍କର ଗନ୍ଧ ହେବାକୁ ଆରମ୍ଭ କରିବ ।

ଧଳା ଭିନେଗାର : ଡ୍ରେସ୍‌କୁ ଭିଜାଇବା ପୂର୍ବରୁ ସେଥିରେ ଅଧା କପ୍ ଧଳା ଭିନେଗାର ମିଶାନ୍ତୁ । ଏହା ଡ୍ରେସ୍‌କୁ କୋମଳ କରିବ ଏବଂ ସେଥିରେ ଥିବା ଦୁର୍ଗନ୍ଧକୁ ଦୂର କରିବ ।

ବେକିଂ ସୋଡା : ଡ୍ରେସ୍‌ ଧୋଇବା ପରେ ସେମାନଙ୍କୁ ବେକିଂ ସୋଡାରେ ୧ ଘଣ୍ଟା ପାଇଁ ଭିଜାନ୍ତୁ । ଏହା ଆପଣଙ୍କ ଡ୍ରେସ୍‌କୁ ନରମ କରିବ ଏବଂ ସେଗୁଡିକ ଭଲ ରହିବ । ସେଥିପାଇଁ ବର୍ଷା ଦିନେ ଆପଣ ଏହି ସବୁ ଉପାୟରେ ନିଜ ଡ୍ରେସ୍‌କୁ ଭଲ ରଖିପାରିବେ । ଯାହାଫଳରେ ଆପଣଙ୍କ ଡ୍ରେସ୍‌ ଗନ୍ଧ ହେବ ନାହିଁ ଏବଂ ଖରାପ ମଧ୍ୟ ହେବ ନାହିଁ ।

Spread the love